Advertisment

ମା'ଙ୍କ ନାଁରେ ଲଗାନ୍ତୁ ଗଛ, ଅପିଲ କଲେ ମୋଦି

ବିଶ୍ୱ ପରିବେଶ ଦିବସରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି, ଏହି ଅଭିଯାନର ନାମ ହେଉଛି 'ଏକ୍‌ ପେଡ୍ ମା' କେ ନାମ'।

PM Modi On Mann Ki Baat

PM Modi On Mann Ki Baat

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ବଧାଇ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିଛନ୍ତି। ବିଶ୍ୱ ପରିବେଶ ଦିବସରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି, ଏହି ଅଭିଯାନର ନାମ ହେଉଛି 'ଏକ ପେଡ୍ ମା' କେ ନାମ'। ‘ମା'ଙ୍କ ନାଁରେ ଗଛଟିଏ ଲଗାଇବା’ ପାଇଁ ଦେଶବାସୀଙ୍କୁ ମୋଦି ଅପିଲ କରିଛନ୍ତି।

Advertisment

ଏହାପରେ କେରଳ ଅଟ୍ଟାପଡିର ସ୍ୱତନ୍ତ୍ର ଛତା କଥା କହିଥିଲେ। ଏଠାକାର ଆଦିବାସୀ ମହିଳାମାନେ ଏଠାକୁ ତିଆରି କରୁଛନ୍ତି, ଯାହାକୁ କାର୍ଥେମ୍ବି ଛତା ଭାବେ ଜଣାଯାଏ। ଏହି ରଙ୍ଗୀନ ଛତାଗୁଡ଼ିକ ଅତ୍ୟନ୍ତ ଚମତ୍କାର। ଏହା କେବଳ କେରଲରେ ସୀମିତ ନୁହେଁ ବରଂ ଦେଶ ତଥା ଦେଶ ବାହାରକୁ ମଧ୍ୟ ଏହାର ରପ୍ତାନୀ ହେଲାଣି। ସେମାନଙ୍କୁ ଅନଲାଇନରେ ବିକ୍ରି କରାଯାଉଛି।

ଏହାପରେ ଜୁଲାଇରେ ପ୍ୟାରିସରେ ହେବାକୁ ଥିବା ସମର ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୋଦି। ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଚାଲିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କିଛି ଜିନିଷ ଦେଖିବାକୁ ମିଳିବ। ପୂର୍ବଥର ଅପେକ୍ଷା ଏଥର ଭାରତୀୟ ଖେଳାଳିମାନେ ସବୁ ବର୍ଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ।

Advertisment

ଏହାସହ କିଛି ନୂଆ ଇଭେଣ୍ଟରେ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଖୋଳାଳିଙ୍କୁ ଦେଖିବାକୁ ମିଳିବ। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦି । ଏହାସହ ଭାରତ-କୁଏତ୍ ରେଡିଓ ପ୍ରସାରଣ କଥା ମଧ୍ୟ କହିଛନ୍ତି।

PM Modi Mann Ki Baat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe