Advertisment

କର୍ଣ୍ଣାଟକାରେ ‘ଦି କେରଳ ଷ୍ଟୋରୀ’ କଥା କହି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ବିବାଦୀୟ ଫିଲ୍ମ ଦି କେରଳ ଷ୍ଟୋରୀ ଆତଙ୍କୀ ଷ୍ଟଡ଼ଯନ୍ତ୍ର ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଥିବା ସେ କହିଛନ୍ତି। ଆତଙ୍କବାଦକୁ ସମର୍ଥନ କରୁଥିବା ଉପାଦନକୁ ଯର୍ଥାଥ ବୋଲି ପ୍ରମାଣ କରିବା ପାଇଁ କଂଗ୍ରେସ ଫିଲ୍ମକୁ ବ୍ୟାନ କରିବାକୁ ଚାହୁଁଥିବା ମୋଦି କହିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କର୍ଣ୍ଣାଟକାର ବେଲ୍ଲାରିରେ ସେ ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ କଥା କହିଛନ୍ତି।

Advertisment

ବିବାଦୀୟ ଫିଲ୍ମ ଦି କେରଳ ଷ୍ଟୋରୀ ଆତଙ୍କୀ ଷ୍ଟଡ଼ଯନ୍ତ୍ର ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଥିବା ସେ କହିଛନ୍ତି। ଆତଙ୍କବାଦକୁ ସମର୍ଥନ କରୁଥିବା ଉପାଦନକୁ ଯର୍ଥାଥ ବୋଲି ପ୍ରମାଣ କରିବା ପାଇଁ କଂଗ୍ରେସ ଫିଲ୍ମକୁ ବ୍ୟାନ କରିବାକୁ ଚାହୁଁଥିବା ମୋଦି କହିଛନ୍ତି।

ମୋଦି ରାଲିରେ ସମ୍ବୋଧନ କରି କହିଛନ୍ତି ଯେ “ବୋମା, ବନ୍ଧୁକ ଓ ପିସ୍ତଲ ବହୁତ ଜୋରରେ ଶବ୍ଦ କରିଥାଏ। କିନ୍ତୁ ଆତଙ୍କବାଦୀ ଷଡ଼ଯନ୍ତ୍ରର କୌଣସି ଶବ୍ଦ ନାହିଁ। ଏହା ପୂରା ସମାଜକୁ ଭିତରେ ଭିତରେ ଖୋଳ କରିଦିଏ। ଆତଙ୍କବାଦର ଏପରି ରୂପକୁ ନେଇ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ବର୍ତ୍ତମାନ ଦି କେରଳ ଷ୍ଟୋରୀକୁ ନେଇ ବେଶ ଆଲୋଚନା ହେଉଛି। ଏହା ଆତଙ୍କବାଦୀ ଷଡ଼ଯନ୍ତ୍ର ଉପରେ ପର୍ଯ୍ୟବେସିତ। ଆତଙ୍କବାଦ ଉପରେ ତିଆରି ସିନେମାକୁ କଂଗ୍ରେସ ବିରୋଧ କରୁଛି। କଂଗ୍ରେସ ଆତଙ୍କ ଆଭିମୁଖ୍ୟ ସହ ରହିଛି।”

ମେ’ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକା ନିର୍ବାଚନରେ କଂଗ୍ରେସ ପଲା ଭାରୀ ଥିବା ବିଭିନ୍ନ ସର୍ଭେରୁ ସାମ୍ନାକୁ ଆସିବା ଘଟଣାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅଗ୍ରାହ୍ୟ କରିଛନ୍ତି। ଏହାକୁ ସେ ଭୁଲ ସୂଚନା ଓ କଂଗ୍ରେସର ଗୋଟିଏ ଅପପ୍ରଚାର ବୋଲି କହିଛନ୍ତି।

ମୋଦି କହିଛନ୍ତି, “ସ୍ୱାଧୀନତା ପରେ କଂଗ୍ରେସ ଦୁର୍ନୀତି ଦ୍ୱାରା ଦେଶର ଲୋକଙ୍କୁ ଲୁଟିବାରେ ଲାଗିଥିଲା। ବର୍ତ୍ତମାନେ ସେମାନେ ଆଉ ଗୋଟିଏ ଶୈଳୀ ଆପଣାଇଛନ୍ତି। ସେମାନେ ଭୁଲ ସୂଚନାକୁ ବ୍ୟବହାର କରୁଛନ୍ତି ଓ ଲୋକଙ୍କୁ ବୋକା ବନାଇ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। କଂଗ୍ରେସ ଆପାୟତ କରିବା ପାଇଁ ଯେକୌଣସି ସ୍ତରକୁ ଯାଇପାରେ।

ଆମେ ପାଉଥିବା ସମର୍ଥନକୁ ଦେଖି କଂଗ୍ରେସ ଥରିବା ଆରମ୍ଭ କରିଛି। ଯଦି ମୁଁ ଜୟ ବଜରଙ୍ଗବାଲି ବୋଲି କହୁଛି, ତା’ହେଲେ ମଧ୍ୟ ସେମାନେ ଭୟଭୀତ ହେଉଛନ୍ତି। ବିଜେପି ସବୁବେଳେ ଆତଙ୍କବାଦ ବିରୋଧରେ ରହିଛି। କିନ୍ତୁ ଯେତେବେଳେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେତେବେଳେ କଂଗ୍ରେସର ପେଟ ବିନ୍ଧା ଆରମ୍ଭ ହେଉଛି।

ଆଜିକା ଦିନରେ ପୂରା ବିଶ୍ୱ ଆତଙ୍କବାଦକୁ ନେଇ ବ୍ୟସ୍ତ ଓ ଚିନ୍ତିତ। ଆମେ ଏହା ଦ୍ୱାରା ବେଶ ପ୍ରଭାବିତ। ଆତଙ୍କବାଦ ହେଉଛି ଲୋକ ବିରୋଧୀ। କିନ୍ତୁ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ଆତଙ୍କବାଦ ପାଖରେ ଆଣ୍ଠେଇ ପଡ଼ୁଛି। କ’ଣ ଏହି ଦଳ କର୍ଣ୍ଣାଟକାକୁ ସୁରକ୍ଷା ଦେଇପାରିବ?”

ସୂଚନାଯୋଗ୍ୟ ବିବାଦୀୟ ଫିଲ୍ମ ଦି କେରଳ ଷ୍ଟୋରୀ ଆଜି ରିଲିଜ୍‌ ହୋଇଛି। ତେବେ ଏହାର ଟିଜରରେ ଥିବା ୩୨ ହଜାର କେରଳ ଝିଅ ନିଖୋଜ ଶବ୍ଦକୁ ଫିଲ୍ମର ପ୍ରଯୋଜକ ହଟାଇ ଦେବାକୁ କୋର୍ଟରେ ରାଜି ହୋଇଛନ୍ତି। ଏତେ ସଂଖ୍ୟକ ଝିଅ କେବେ କେରଳରୁ ନିଖୋଜ ହୋଇ ଆଇଏସ୍‌ଆଇଏସରେ ଯୋଗ ଦେଇଥିଲେ, ତାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

Bjp Congress Karnataka Karnataka Polls 2023 The Kerala Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe