Advertisment

ରୋହିତ-ବିରାଟଙ୍କୁ ଶୁଭେଚ୍ଛା, ସୂର୍ଯ୍ୟଙ୍କ କ୍ୟାଚ୍‌କୁ ପ୍ରଶଂସା: ଟିମ୍‌ ଇଣ୍ଡିଆ ସହ କଥା ହେଲେ ମୋଦି

ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି ମୋଦି।

Rohit and Virat

Rohit and Virat

Advertisment

ଟ-୨୦ ବିଶ୍ୱକପ୍‌ ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ ଟିମ୍‌କୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍‌ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପ‌ାଇଁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି। ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ମୋଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭର ପାଇଁ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କର କ୍ୟାଚ୍ ଧରିବା ପାଇଁ ପ୍ରଶଂସା କରିଛନ୍ତି। ସେ ଜସପ୍ରୀତ ବୁମ୍ରାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତୀୟ କ୍ରିକେଟରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Advertisment

ଶନିବାର ରାତିରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଏଥିରେ ସେ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ ସେମାନଙ୍କୁ ଚାମ୍ପିଅନ୍ ଘୋଷଣା କରିଥିଲେ।

ଟି-୨୦ ବିଶ୍ୱକପ୍‌ରେ ସାଉଥ ଆଫ୍ରିକା ସହ ଫାଇନାଲ ମ୍ୟାଚ୍‌ ଖେଳିଥିଲା ଭାରତ। ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ। ମ୍ୟାଚରେ ବିପଜ୍ଜନକ ଦେଖାଯାଉଥିବା ଡେଭିଡ ମିଲରଙ୍କୁ ସୂର୍ଯ୍ୟକୁମାର କ୍ୟାଚ୍ ଧରିଥିଲେ। ସେହିଭଳି ବୁମ୍ରା ତାଙ୍କ ଚମତ୍କାର ବୋଲିଂ ଆଧାରରେ ଭାରତୀୟ ଦଳକୁ ମ୍ୟାଚକୁ ଫେରାଇ ଆଣିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଟି-୨୦ ବିଶ୍ୱକପ ଜିତିବା ପରେ କ୍ରିକେଟର ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

PM Modi Team India T20 World Cup 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe