Advertisment

ଆଜି ସୋନିଆଙ୍କ ଜନ୍ମଦିନ, ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ସୋନିଆ ଗାନ୍ଧି ସବୁଠୁ ଅଧିକ ସମୟ ଧରି କଂଗ୍ରେସର ସଭାପତି ରହିଥିଲେ।

Narendra Modi and Sonia Gandhi

Narendra Modi and Sonia Gandhi

Advertisment

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କର ଆଜି ଜନ୍ମଦିନ। ଆଜି ସେ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭକାମନାର ସୁଅ ଛୁଟୁଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ସେ ସୋଶାଲ ମିଡିଆ ଯୋଗେ ସୋନିଆଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ‘X ’ରେ ଲେଖିଛନ୍ତି, ଶ୍ରୀମତି ସୋନିଆ ଗାନ୍ଧିଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା। ଭଗବାନ ତାଙ୍କୁ ଏ ଦୀର୍ଘ ଓ ସୁସ୍ଥ ଜୀବନ ଦିଅନ୍ତୁ।

ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଓ ଡିଏମ୍‌କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ପ୍ରମୁଖ ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। 

Advertisment

ମଲ୍ଲିକାର୍ଜୁନ ଖଡଗେ ତାଙ୍କ X ’ରେ ଲେଖିଛନ୍ତି ଯେ ସୋନିଆ ଗାନ୍ଧି ସର୍ବଦା ସମାଜର ଦୁର୍ବଳ ଶ୍ରେଣୀଙ୍କ ଉନ୍ନତି ପାଇଁ ଚେଷ୍ଟା କରି ଆସିଛନ୍ତି। ସେହିଭଳି କେସି ଭେନୁଗୋପାଳ ଲେଖିଛନ୍ତି ଯେ ତାଙ୍କର ଜୀବନ ଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। 

ସୋନିଆ ଗାନ୍ଧି ସବୁଠୁ ଅଧିକ ସମୟ ଧରି କଂଗ୍ରେସର ସଭାପତି ରହିଥିଲେ। ସେ ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଏହି ପଦରେ ବସିଥିଲେ। ଯଦିଓ ସୋନିଆ ଏବେ ସାଂସଦ ଅଛନ୍ତି, କିନ୍ତୁ ଗତ କିଛି ବର୍ଷ ହେବ ସ୍ୱାସ୍ଥ୍ୟ ଜନିତ କାରଣରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି। ଏବେ ତାଙ୍କ ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା କଂଗ୍ରେସରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

୧୯୯୯ ସାଧାରଣ ନିର୍ବାଚନରେ ସେ ଉଭୟ ଅମେଠି ଓ ବେଲାରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତା’ପରଠୁ ସେ ରାଏ ବରେଲୀ ଆସନରୁ ବିଜୟୀ ହୋଇଆସୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ସେହି ଆସନରୁ ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି।  

Sonia Gandhi Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe