Advertisment

ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଏହି କେବଲ ବ୍ରିଜ୍‌ର ନାଁ ଦିଆଯାଇଛି ସୁଦର୍ଶନ ସେତୁ।

ଅଦ୍ୟତନ ହୋଇଛି
Cable  Stayed Bridge

Cable Stayed Bridge

Advertisment

ଲୋକାର୍ପିତ ହୋଇଛି ଦେଶର ସବୁଠୁ ବଡ଼ କେବଲ୍-ଷ୍ଟେଡ୍‌ ‍ବା କେବଲ୍ ଆଧାରିତ ବ୍ରିଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦ୍‌ଘାଟନ କରିଛନ୍ତି। ଗୁଜରାଟର ଦ୍ୱାରକାରେ ନିର୍ମାଣ ହୋଇଛି ଏହି ବ୍ରିଜ୍‌। ଏହାର ନାଁ ଦିଆଯାଇଛି ‘ସୁଦର୍ଶନ ସେତୁ’। ଓଖା ଓ ବେଟ୍ ଦ୍ୱାରକା (ବେୟଟ ଦ୍ୱାରକା) ଦୀପକୁ ସଂଯୋଗ କରୁଛି ଏହି ସେତୁ। ଏଥିପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା।

Advertisment

ସୁଦର୍ଶନ ସେତୁର ଲମ୍ବ ୨.୩ କିଲୋମିଟର। ଏହାର ଓସାର ୨୭.୨୦ ମିଟର। ଏହାର ୪ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଉଭୟ ପାର୍ଶ୍ୱରେ ୨.୫୦ ମିଟରର ପାଦଚଲା ରାସ୍ତା ମଧ୍ୟ ରହିଛି। ଏହି ସେତୁର ନିର୍ମାଣ ପାଇଁ ୨୦୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପୋଲ ପୁରୁଣା ଓ ନୂଆ ଦ୍ୱାରକାକୁ ଯୋଡ଼ିବ।

Sudarshan Setuସୁଦର୍ଶନ ସେତୁ

ବେଟ୍ ଦ୍ୱାରକା ବା ବେୟଟ ଦ୍ୱାରକା ହେଉଛି ଓଖା ବନ୍ଦର ନିକଟରେ ଅବସ୍ଥିତ ଏକ ଦ୍ୱୀପ। ଦ୍ୱାରକା ସହରଠାରୁ ଏହା ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରକାଧୀଶ ମନ୍ଦିର ଅଛି। ପୂର୍ବରୁ ଶ୍ରଦ୍ଧାଳୁମାନେ ଡଙ୍ଗାରେ ବେଟ୍ ଦ୍ୱାରକା ଯାଇ ଦ୍ୱାରକାଧୀଶ ମନ୍ଦିରରେ ଦର୍ଶନ କରୁଥିଲେ। କେବଳ ଦିନ ବେଳେ ଡଙ୍ଗା ଚଳାଚଳ କରୁଥିଲେ। କିନ୍ତୁ ଏବେ ଏସବୁ ସମସ୍ୟା ରହିବ ନାହିଁ। କାରଣ ସୁଦର୍ଶନ ବ୍ରିଜ୍ ଲୋକାର୍ପିତ ହୋଇସାରିଛି। ଏହା ମୋଦିଙ୍କର ଅନ୍ୟତମ ଡ୍ରିମ୍ ପ୍ରୋଜେକ୍ଟ ଥିଲା ବୋଲି କୁହାଯାଏ।

Advertisment
Sudarshan Setu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe