Advertisment

କର୍ତ୍ତବ୍ୟ ଭବନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ମନ୍ତ୍ରଣାଳୟଗୁଡ଼ିକୁ ମିଳିଲା ନୂଆ ଠିକଣା

ପରିବେଶକୁ ସୁହାଇଲା ଭଳି ବ୍ୟବସ୍ଥା କର୍ତ୍ତବ୍ୟ ଭବନରେ ହୋଇଛି।

Modi

Modi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ କର୍ତ୍ତବ୍ୟ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର କାମକୁ ଅଧିକ ସହଜ ଓ ସରଳ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ସରକାର କରିଥିବା ଯୋଜନାର ଅଂଶବିଶେଷ ହେଉଛି କର୍ତ୍ତବ୍ୟ ଭବନ।

Advertisment

ବିଶାଳ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଉଥିବା ୧୦ଟି ସାମୂହିକ କେନ୍ଦ୍ରୀୟ ସେକ୍ରେଟେରିଏଟ(ସିସିଏସ) ବିଲଡିଂ ମଧ୍ୟରୁ ଗୋଟିଏ ହେଉଛି କର୍ତ୍ତବ୍ୟ ଭବନ-୩। ଏହାକୁ ଆଜି ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଛନ୍ତି।

କର୍ତ୍ତବ୍ୟ ଭବନ ସମ୍ପର୍କରେ ତଥ୍ୟ

ଏହି ବିରାଟ ବିଲଡିଂରେ ଅତ୍ୟାଧୁନିକ ଓ ଚକାଚକ କନ‍ଫରେନ୍ସ ରୁମ, ଅତ୍ୟାଧୁନିକ ଜିନିଷ ପତ୍ର ଓ ଚାରିଆଡ଼େ ସିସିଟିଭି ରହିଛି। ଏହି ବିଲଡିଂ ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର, ଗ୍ରାମୀଣ ବିକାଶ, ଏମଏସ୍‌ଏମଇ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନୂଆ ଘର ପାଲଟିଛି। ପ୍ରମୁଖ ବିଜ୍ଞାନ ଭିତ୍ତିକ ପରାମର୍ଶଦାତା(ପିଏସଏ)ଙ୍କ ଅଫିସ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ବିଲଡିଂରେ ରହିଛି।

Advertisment

ପରିବେଶକୁ ସୁହାଇଲା ଭଳି ବ୍ୟବସ୍ଥା କର୍ତ୍ତବ୍ୟ ଭବନରେ ହୋଇଛି। ଏଠାରେ ଡବଲ ଗ୍ଲାଜେଡ ଝରକା ଠାରୁ ଆରମ୍ଭ କରି ଛାତ ଉପରେ ସୋଲାର ପ୍ୟାନେଲ, ଅତ୍ୟାଧୁନିକ ହିଟିଂ, ଭେଣ୍ଟିଲେସନ, କୁଲିଂ ସିଷ୍ଟମ ଓ ବର୍ଷା ଜଳ ଅମଳ ପାଇଁ ବ୍ୟବସ୍ଥା କରାଯାଇଛି। ବିଲଡିଂରେ ଲାଗିଥିବା ସ୍ୱତନ୍ତ୍ର ଏଲଇଡି ଲାଇଟ ୩୦% ବିଜୁଳି ସଂରକ୍ଷଣରେ ସହାୟତା କରିବ।

ସାମୂହିକ କେନ୍ଦ୍ରୀୟ ସେକ୍ରେଟେରିଏଟ ଯୋଜନା ମୋଦି ସରାକାର ଦାୟିତ୍ୱ ନେବା ପରେ ଆରମ୍ଭ କରିଥିଲେ। ବର୍ତ୍ତମାନ ବିଭିନ୍ନ ମନ୍ତ୍ରଣାଳୟ ୧୯୫୦ ଓ ୧୯୭୦ରେ ତିଆରି ହୋଇଥିବା ବିଲଡିଂ ଯଥା- ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଓ ନିର୍ମାଣ ଭବନରେ କାର୍ଯ୍ୟ କରୁଛନ୍ତି। ସେଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି।

ତେବେ ବାଣିଜ୍ୟ ଭବନରେ ପୂର୍ବଭଳି ଶିଳ୍ପ ମନ୍ତ୍ରଣାଳୟ କାର୍ଯ୍ୟ କରିବେ। ଏହାକୁ ନୂଆ ବିଲଡିଂକୁ ଅଣାଯିବ ନାହିଁ। ଆଗାମୀ ଦିନରେ ଗୋଟିଏ ନୂଆ ପ୍ରଧାନମନ୍ତ୍ରୀ ଅଫିସ ଉଦଘାଟନ କରାଯିବ। ଏହା ନିର୍ବାହୀ ଏନକ୍ଲେଭ ଭାବେ ନାମିତ ହେବ। ସେହିପରି ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ମଧ୍ୟ ପୂରା ଦେଶ ଦେଖିବ।

୨୦୨୭ ସୁଦ୍ଧା ସବୁ କାମ ସରିବ

ପ୍ରଥମ ୩ଟି ସିସିଏସ ବିଲଡିଂର ନିର୍ମାଣ କାମ ୨୦୨୩ ନଭେମ୍ବର ସୁଦ୍ଧ ସରିବ ବୋଲି ଯୋଜନା ହୋଇଥିଲା। କିନ୍ତୁ ଏବେ ପୂରା ପ୍ରକଳ୍ପ ୨୦୨୭ ମଧ୍ୟ ଭାଗରେ ଶେଷ ହେବ ବୋଲି ଆକଳନ କରାଯାଇଛି। ପୂରା ପ୍ରକଳ୍ପରେ ୧୦ଟି ବିଲଡିଂ ନିର୍ମାଣ କରାଯାଉଛି।

PM Modi kartavya-bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe