Advertisment

ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦ୍‌ଘାଟନକୁ ରାଜ୍ୟାଭିଷେକ ବୋଲି ଭାବି ନେଇଛନ୍ତି: ରାହୁଲ

ରବିବାର ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି।

Rahul Gandhi

Rahul Gandhi

Advertisment

ଦେଶ ରବିବାର ପାଇଛି ନୂଆ ସଂସଦ ଭବନ। ଏହାକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବାର କିଛି ସମୟ ପରେ ଟ୍ୱିଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କୁ ସମାଲୋଚନା କରିଛନ୍ତି।

Advertisment

ରାହୁଲ ଟ୍ୱିଟ କରି କହିଛନ୍ତି ଯେ ସଂସଦ ହେଉଛି ଲୋକଙ୍କ ସ୍ୱର। ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦ୍‌ଘାଟନକୁ ରାଜ୍ୟାଭିଷେକ ବୋଲି ଭାବି ନେଇଛନ୍ତି।

ସେହିଭଳି ତାଙ୍କ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଟ୍ୱିଟ କରି ନୂଆ ସଂସଦ ଭବନର ଡିଜାଇନକୁ କଫିନ ସହିତ ତୁଳନା କରିଥିଲା। ଏଥିପାଇଁ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା। ଏହି ଟ୍ୱିଟ ପାଇଁ ଆରଜେଡି ନେତୃତ୍ୱଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ ବୋଲି ଦଳ ପକ୍ଷରୁ ଦାବି କରାଯାଇଥିଲା।

Advertisment

୨୦ଟି ଦଳ ନୂଆ ସଂସଦ ଭବନର ଉଦ୍‌ଘାଟନୀ ଉତ୍ସବକୁ ବୟକଟ କରିଥିବା ବେଳେ ତା’ ଭିତରେ ରାହୁଲ ଗାନ୍ଧି ଦଳ କଂଗ୍ରେସ ରହିଛି। ଆରଜେଡି ମଧ୍ୟ ଏହି ଉତ୍ସବକୁ ବୟକଟ କରିଛି।

ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବା କଥାକୁ ଏହି ସବୁ ଦଳ ନାପସନ୍ଦ କରିଛନ୍ତି। ରାଷ୍ଟ୍ରପତି ଏହାର ଉଦଘାଟନ କରିବା କଥା ବୋଲି ସେମାନେ ଦାବି କରିଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ଭବନ ଉଦଘାଟନ କରିବା ପାଇଁ ନ ଡାକିବା ତଥା ଏହି ସମାରୋହରେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ ନ କରି ସରକାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅପମାନିତ କରିଛନ୍ତି। ସେ ଆହୁରି କହିଥିଲେ ଯେ ସଂସଦ ଅହଙ୍କାରର ଇଟାରେ ନୁହେଁ, ସାମ୍ବିଧାନିକ ମୂଲ୍ୟବୋଧରେ ତିଆରି କରାଯାଏ।

Narendra Modi PM Modi Rahul Gandhi New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe