Advertisment

କଂଗ୍ରେସକୁ ମୋଦିଙ୍କ 'ଏମରଜେନ୍ସି' ଆଟାକ୍‌

୧୯୭୫ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ୪୯ ବର୍ଷ ପୂର୍ତ୍ତି ହୋଇଛି। ଏହାକୁ ବିରୋଧ କରି ବିଜେପି ଆଜି ଡାର୍କ ଡେ' ଭାବେ ପାଳନ କରୁଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
PM Modi

PM Modi

ଜୁନ୍‌ ୨୫କୁ କଳା ଦିବସ ଭାବେ ପାଳୁଛି ବିଜେପି। ୧୯୭୫ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ  ଆଜି ୪୯ ବର୍ଷ ପୂର୍ତ୍ତି ହୋଇଛି। ଏହାକୁ ବିରୋଧ କରି ବିଜେପି ଆଜି ଏହାକୁ ଡାର୍କ ଡେ' ଭାବେ ପାଳନ କରୁଛି। ଏହି ଏମରଜେନ୍ସିକୁ ନେଇ କଂଗ୍ରେସ ଉପରେ ଆଟାକ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତର ସେ ୪ଟି ଟ୍ୱିଟ୍‌ କରି କଂଗ୍ରେସକୁ ଘେରିଛନ୍ତି।

Advertisment

ମୋଦି କହିଛନ୍ତି, ଆଜି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ସେହି ସମସ୍ତ ମହାନ ପୁରୁଷ ଓ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ। #DarkDaysOfEmergency ଆମକୁ ସ୍ମରଣ କରାଏ ଯେ କଂଗ୍ରେସ କିପରି ମୌଳିକ ସ୍ୱାଧୀନତାକୁ ନଷ୍ଟ କରିଥିଲା ଏବଂ ଭାରତର ସମ୍ବିଧାନକୁ ଖଣ୍ଡନ କରିଥିଲା, ଯାହାକୁ ପ୍ରତ୍ୟେକ ଭାରତୀୟ ସମ୍ମାନ କରନ୍ତି।

Advertisment

ପିଏମ୍‌ ଆହୁରି କହିଛନ୍ତି, ଶାସନ କ୍ଷମତାକୁ ହାତମୁଠାରେ ରଖିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ଲୋକତନ୍ତ୍ରର ସିଦ୍ଧାନ୍ତକୁ ଅବହେଳା କରିଥିଲା। ପ୍ରତ୍ୟେକ ଗଣତାନ୍ତ୍ରିକ ନୀତିକୁ ଅଣଦେଖା କରି ଦେଶକୁ ଏକ ଜେଲରେ ପରିଣତ କରାଯାଇଥିଲା। କଂଗ୍ରେସ ସହ ମତଭେଦ କରୁଥିବା ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଥିଲା। ସଂଖ୍ୟାଲଘୁ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ସାମାଜିକ ଭାବେ ଏଭଳି ନୀତି କାର୍ଯ୍ୟକାରୀ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଦେଶରେ ଏମରଜେନ୍ସି ଲାଗୁ କରିଥିଲା ଲୋକଙ୍କ ମୁହଁରେ ଦେଶଭକ୍ତି ଶୋଭା ପାଉନାହିଁ। ସମ୍ବିଧାନ ପ୍ରତି ତାଙ୍କର ଭଲ ପାଇବା ଦେଖାଇ ହେବାର କୌଣସି ଅଧିକାର ନାହିଁ। ଧାରା ୩୫୬ର ଦ୍ୱାହି ଦେଇ ସାମ୍ବାଦିକଙ୍କ ସ୍ୱାଧୀନତାକୁ ଶେଷ କରିବାକୁ ବିଲ୍‌ ପାରିତ କରିଥିଲେ। ସଂଘବାଦକୁ ନଷ୍ଟ କରାଯାଇଥିଲା। ସମ୍ବିଧାନର ପ୍ରତ୍ୟେକ ଦିଗକୁ ଉଲ୍ଲଂଘନ କରାଯାଇଥିଲା ବୋଲି ମୋଦି କହିଛନ୍ତି।

ସେତେବେଳେ ଯେଉଁ ମାନସିକତାର ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ସେହି ମାନସିକତା ଏବେବି କଂଗ୍ରେସ ପାଖରେ ରହିଛି। ସେମାନେ ସେମାନଙ୍କର ପ୍ରତୀକ ମାଧ୍ୟମରେ ସମ୍ବିଧାନ ପ୍ରତି ସେମାନଙ୍କର ଅବମାନନାକୁ ଲୁଚାନ୍ତି। କିନ୍ତୁ ଭାରତର ଜନତା ତାଙ୍କର କାର୍ଯ୍ୟକଳାପ ଦେଖି ସାରିଛନ୍ତି। ତେଣୁ କଂଗ୍ରେସକୁ ବାରମ୍ବାର ଦେଶବାସୀ ବିତାଡିତ କରୁଛନ୍ତି ବୋଲି ମୋଦି କହିଛନ୍ତି।

50th Anniversary Of Emergency PM Modi Congress Dark Days Of Emergency