Advertisment

ଛତିଶଗଡକୁ କେନ୍ଦ୍ର ସରକାରଙ୍କ ଭେଟି, ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଖର୍ଚ୍ଚ ହେବ ୭ ହଜାର ୫୦୦ କୋଟି

ଆଜି ରାଇପୁର ଗସ୍ତ କରି ପ୍ରାୟ ୭ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ ମୂଲ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Niranjan Mishra
Prime Minister,  Narendra Modi

Prime Minister, Narendra Modi

ଛତିଶଗଡକୁ କେନ୍ଦ୍ର ସରକାରଙ୍କ ଭେଟି। ଆଜି ରାଇପୁର ଗସ୍ତ କରି ପ୍ରାୟ ୭ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ ମୂଲ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିତ୍ତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଛତିଶଗଡରେ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। 

Advertisment

ଏହି ପ୍ରକଳ୍ପଗୁଡ଼ିକରେ ଜବଲପୁର-ଜଗଦଲପୁର ଜାତୀୟ ରାଜପଥରେ ରାୟପୁରର କୋଡବୋଡ ବିଭାଗକୁ 33 କିଲୋମିଟର ଲମ୍ୱା 4 ଲେନିଂ ଅନ୍ତର୍ଭୁକ୍ତ। ଏହା ସହ ବିଳାସପୁର-ପାଥ୍ରାପାଲି ରାଜପଥର  ଅମ୍ବିକାପୁର ବିଭାଗକୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି, ଯାହା ଉତ୍ତରପ୍ରଦେଶ ସହିତ ଛତିଶଗଡର ସଂଯୋଗୀକରଣରେ ସହାୟକ ହେବ। ଏଥିସହ ପ୍ରଧାନମନ୍ତ୍ରୀ ରାୟପୁର - ବିଶାଖାପାଟନମ୍ ଗ୍ରୀନଫିଲ୍ଡ କରିଡରର, ଛତିଶଗଡ ପାଇଁ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୩ କିଲୋମିଟର ଲମ୍ୱା ରାୟପୁର - ଖରିଆର ରୋଡ ରେଳ ଲାଇନକୁ ଦ୍ୱିଗୁଣିତ କରିବା ପାଇଁ ଦେଶକୁ ଉତ୍ସର୍ଗ କରିଛନ୍ତି। 

ସେହିଭଳି କୋରବାଠାରେ ୧୩୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାର୍ଷିକ ୬୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ଏକ ବଟଲିଂ ପ୍ଲାଣ୍ଟ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶକୁ ଉତ୍ସର୍ଗ କରିଛନ୍ତି।

Advertisment
Narendra Modi PM Modi