Advertisment

୩ ଦିନିଆ ଆମେରିକା ଗସ୍ତରେ ମୋଦି

କ୍ୱାଡ୍‌ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି।

author-image
Madhupriya Mistry
PM Modi

PM Modi

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ସକାଳୁ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସେ ଏହି ଗସ୍ତ ବେଳେ କ୍ୱାଡ୍‌ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏଥିସହ ବିଭିନ୍ନ ଦେଶର ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି।

Advertisment

ମୋଦି ନିଜ ଗସ୍ତ ସମୟରେ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ମଧ୍ୟ ସମ୍ବୋଧିତ କରିବେ। ତେବେ ଏହି ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅୟୋଜନ କରୁଥିବା କ୍ୱାଡ୍‌ ସମ୍ମିଳନୀରେ ଭାଗ ନେବାକୁ ଯାଉଥିବା ନେଇ ମୋଦି କହିଛନ୍ତି। ଏଥିସହ ରାଷ୍ଟ୍ରପତି ବାଇଡେନ୍‌, ପ୍ରଧାନମନ୍ତ୍ରୀ ଅଲ୍ୱାନିଜ ଓ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ସହ ଏହି ସମ୍ମିଳନୀରେ ଭେଟ୍‌ଘେଟ ହେବାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଆମେରିକାକୁ ୯ମ ଗସ୍ତ। ସେ ସେପ୍ଟେମ୍ବର ୨୩ ଯାଏଁ ଅମେରିକାରେ ରହିଛି। ଏହି ସମୟରେ ମୋଦି କ୍ୱାଡ୍‌ ନେତାଙ୍କ ସହ ଶିଖର ସମ୍ମିଳନୀରେ ଯୋଗ ଦେବେ। ଡେଲାଓ୍ୱେୟର ଓ୍ୱିଲମିଙ୍ଗଟନ୍‌ରେ ଏହି ସମ୍ମିଳନୀ ଆୟୋଜିତ ହେବ।

Advertisment
Quad Summit PM Modi Visit America Joe Biden