Advertisment

କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ୍‌, କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ

ବିରୋଧୀଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ିବା ସାହସ ହରାଇଛନ୍ତି। କିଛି ଲୋକ ତ ସେହି ଡରରେ ରାଜ୍ୟସଭା ଯିବାକୁ ଚାହିଁଲେଣି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ସଂସଦରେ ରାଷ୍ଟ୍ରପତି ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀ ଓ କଂଗ୍ରେସକୁ କଲେ କଡା ଟାର୍ଗେଟ୍‌। ଲୋକସଭାରେ ନିଜର ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ କହି ସିଧାସଳଖ ବିରୋଧୀ ଓ କଂଗ୍ରେସକୁ କଲେ ସମାଲୋଚନା।

Advertisment

ବିରୋଧୀ ଦୀର୍ଘ ଦିନ ହେବ ବିରୋଧୀ ହିଁ ରହିବେ। ଅନେକ ଦଶନ୍ଧି ଧରି କଂଗ୍ରେସ ବିରୋଧୀ ହିଁ ରହିବ। ବିରୋଧୀଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ିବା ସାହସ ହରାଇଛନ୍ତି। କିଛି ଲୋକ ତ ସେହି ଡରରେ ରାଜ୍ୟସଭା ଯିବାକୁ ଚାହିଁଲେଣି। କଂଗ୍ରେସକୁ ଭଲ ବିରୋଧୀ ହେବାକୁ ୧୦ ବର୍ଷ ସୁଯୋଗ ମିଳିଲା। କିନ୍ତୁ ଏମିତି ସୁଯୋଗ ପାଇ ବି ସେମାନେ ବିଫଳ ହେଲେ। କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ ବୋଲି କହି କଡା ଟାର୍ଗେଟ କରିଛନ୍ତି ମୋଦି।

ସେ ଆହୁରି କହିଛନ୍ତି, ବିରୋଧୀ ପ୍ରତ୍ୟେକ ଥର ଦେଶକୁ ନିରାଶ କରିଛନ୍ତି। ଅଳ୍ପସଂଖ୍ୟକଙ୍କ ନାଁରେ କେତେ ଦିନ ଯାଏଁ ଆଉ ସମାଜକୁ ବିଭାଜନ କରିବ। ନିର୍ବାଚନରେ ​​କିପରି ପ୍ରତିଦ୍ୱନ୍ଦ୍ୱିତା କରିବେ ଏହା ମଧ୍ୟ ମୁଁ ବିରୋଧୀଙ୍କୁ ଶିଖାଇବି। ପରିବାରବାଦ ଯୋଗୁଁ ଅନେକଙ୍କୁ ହଟାଇ ଦିଆଯାଇଛି। ଖଡ୍‌ଗେ ଏ ସଦନରୁ ସେ ସଦନ ଗଲେ। ଗୁଲାମନବୀ ତ ଦଳ ଛାଡ଼ିଦେଲେ। ଦେଶର ଲୋକତନ୍ତ୍ର ପାଇଁ ପରିବାରବାଦୀ ରାଜନୀତି ଚିନ୍ତାର ବିଷୟ ପାଲଟିଛି।

Advertisment

ଏହି ଅବସରରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କହିଛନ୍ତି, ରାହୁଲ ଲଞ୍ଚ କରିବା ସମୟରେ କଂଗ୍ରେସ ଫେଲ୍‌ ହୋଇଗଲା। କଂଗ୍ରେସର ଦୋକାନରେ ତାଲା ପକାଇବା ପରିସ୍ଥିତି ଉପୁଜିଲାଣି। ବିଜେପି ଗୋଟିଏ ପରିବାରର ଦଳ ନୁହେଁ। ବିଜେପି କେବଳ ଅମିତ ଶାହ ଓ ରାଜନାଥ ସିଂହଙ୍କ ଦଳ ନୁହେଁ। କିନ୍ତୁ କଂଗ୍ରେସ ଏକ ପରିବାରର ଦଳ। କଂଗ୍ରେସ ଗୋଟିଏ ପରିବାରରେ ଜଡିତ। କଂଗ୍ରେସ ପରିବାର ବାହାରେ ଦେଖିପାରିବ ନାହିଁ। ଗୋଟିଏ ପ୍ରଡକ୍ଟ ଏମାନେ ବାରମ୍ବାର ଲଞ୍ଚ କରିବାକୁ ଚେଷ୍ଟା କରୁଛନ୍ତି।

ଭାରତ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହୋଇ କି ରହିବ। ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ୨୦୧୪ରେ ଉପା ସରକାର କାମଚଳା ବଜେଟ କଥା ମନେ ପକାଇଲେ ମୋଦି। ୨୦୧୪ରେ ଏକାଦଶ ବଡ଼ ଅର୍ଥନୀତି ହେବାରୁ ଗୌରବଗାଥା ଗାଇଥିଲେ। ଏବେ ପଞ୍ଚମ ସ୍ଥାନରେ ପହଞ୍ଚିଲୁଣି, ତଥାପି ସମାଲୋଚନା କରୁଛନ୍ତି।

୨୦୪୪ରେ ତୃତୀୟ ବଡ଼ ଅର୍ଥନୀତି ହେବୁ ବୋଲି ସେବେ କହିଥିଲେ। ଆମେ ୩୦ ବର୍ଷ ନୁହେଁ, ମୋ ୩ୟ କାର୍ଯ୍ୟକାଳରେ ୩ୟ ବଡ଼ ଅର୍ଥନୀତି ହେବୁ। ୧୧ରେ ଖୁସିଥିଲେ, ଏବେ ପଞ୍ଚମରେ ବି ଖୁସି ହେବା ଦରକାର। ଆମେ ଗରିବଙ୍କ ପାଇଁ ୪ କୋଟି ଘର ତିଆରି କରିଛୁ। ସହରୀ ଗରିବଙ୍କ ପାଇଁ ୮୦ ଲକ୍ଷ ପକ୍କା ଘର ନିର୍ମାଣ କରିଛୁ। କଂଗ୍ରେସ ଭଳି ଗତିରେ ଚାଲୁଥିଲେ ଶହେ ବର୍ଷ ଲାଗି ଯାଇଥାନ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Modi Budget Session 2024 Parliament Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe