/odisha-reporter/media/media_files/2025/12/10/modi-2025-12-10-17-08-29.jpg)
ମୋଦି, ଶାହ ଓ ରାହୁଲ (ଫାଇଲ ଫଟୋ)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି(Rahul Gandhi)ଙ୍କ ମଧ୍ୟରେ ହୋଇଛି ରୁଦ୍ଧଦ୍ୱାର ବୈଠକ। ଗୋଟିଏ ରୁମରେ ଏହି ୩ ନେତା ବୈଠକ କରିଛନ୍ତି। ଦେଶର ପରବର୍ତ୍ତୀ ସୂଚନା କମିଶନରଙ୍କ ଚୟନ ଉଦ୍ଦେଶ୍ୟରେ ପ୍ରୋଟକଲ ଅନୁସାରେ ୩ ନେତା ପରସ୍ପର ସହ ଆଲୋଚନା କରିଛନ୍ତି।
କେନ୍ଦ୍ର ସୂଚନା କମିଶନରେ(ସିଆଇସି)ରେ ଖାଲି ପଡ଼ିଥିବା ୮ଟି ପଦବୀ ପାଇଁ କମିଶନରମାନଙ୍କୁ ନିଯୁକ୍ତି କରିବାର ନିଷ୍ପତ୍ତି ଏହି ୩ ଜଣିଆ ପ୍ୟାନେଲ ନେବ। ସରକାର ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ପ୍ୟାନେଲ ଉପଯୁକ୍ତ ବ୍ୟକ୍ତିଙ୍କୁ ଚୟନ କରିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ।
ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦି(PM Modi)ଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକ ହୋଇଛି। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ସୂଚନା ଅଧିକାର ଆଇନର ଧାରା ୧୨(୩) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ପ୍ୟାନେଲ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବାର ପ୍ରାବଧାନ ରହିଛି। ଏହି ପ୍ୟାନେଲରେ ବିରୋଧୀ ଦଳର ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀ ରହିବେ।
ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରଙ୍କ କାମ ହେଲା ଆରଟିଆ ଦ୍ୱାରା କରାଯାଉଥିବା ଆବେଦନର ସମୀକ୍ଷା କରିବା ଓ ଏହାର ଉପଯୁକ୍ତ ଉତ୍ତର ଦେବା। ଆରଟିଆଇ ସମ୍ପର୍କିତ ଅଭିଯୋଗ ଓ ଆବେଦନ କଥା ବିଚାରକୁ ଆସିଲେ ଏହାର ସର୍ବୋଚ୍ଚ ପ୍ରାଧିକୃତ ଅଧିକାରୀ ହେଉନ୍ତି ସିଆଇସି। ଏବେ ସିଆଇସିରେ ୨ ଜଣ କମିଶନର ରହିଛନ୍ତି। ୮ଟି ପଦ ଖାଲି ପଡ଼ିଥିବା ବେଳେ ୩୦,୮୩୮ଟି ଆବେଦନ ବିଚାର ଅପେକ୍ଷାରେ ରହିଛି।
ହୀରାଲାଲ ସମାରିୟା ଶେଷଥର ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟ କରିଥିଲେ। ସେପ୍ଟେମ୍ବର ୧୩ରେ ତାଙ୍କୁ ୬୫ ବର୍ଷ ବୟସ ହୋଇଯିବାରୁ ତାଙ୍କୁ ଅବସର ନେବାକୁ ପଡ଼ିଥିଲା। ସେବାଠାରୁ ଏହି ପଦ ଖାଲି ପଡ଼ିଛି। ହୀରାଲାଲ ୨୦୨୩ ନଭେମ୍ବର ୬ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
