Advertisment

ବର୍ଡର ଗାଭାସ୍କର ଟ୍ରଫି: ମ୍ୟାଚ୍ ଦେଖୁଛନ୍ତି ମୋଦି-ଆନ୍ଥୋନି

ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଂ କରୁଛି।

author-image
Madhupriya Mistry
PM Modi and Australian PM at gujarat stadium

PM Modi and Australian PM at gujarat stadium

ଗୋଟିଏ ଷ୍ଟାଡୟମରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ। ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଦେଖୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ୍। ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଏକାଠି ହୋଇଛନ୍ତି ଏହି ଦୁଇ ଦେଶର ନେତା।

Advertisment

ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆୟୋଜିତ ବର୍ଡର୍‌-ଗାଭାସ୍କର୍ ଟ୍ରଫିର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍ ମ୍ୟାଚ୍। ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଂ କରୁଛି। 

୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସକାଳ ସାଢ଼େ ୮ଟାରେ ଦୁଇ ନେତାଙ୍କ ଉପସ୍ଥିତିରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା।  ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରିବାକୁ ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। 

Advertisment

ଭାରତୀୟ ସଂସ୍କୃତିକୁ ପ୍ରତିପାଦନ କରୁଥିବା ଏକ ସୁନ୍ଦର କଳାକୃତି ଉପହାର ଦେଇ ବିସିସିଆଇ ଅଧ୍ୟକ୍ଷ ରୋଜର୍ ବିନ୍ନି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନ୍‌ଜଙ୍କୁ ସ୍ୱାଗତ କରିଥିଲେ। ସେହିପରି, ଭାତର ଅଧିନାୟକ ରୋହତି ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ଙ୍କୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନିଜ କ୍ୟାପ୍ ପ୍ରଦାନ କରିଥିଲେ।

ଆଜି ଅହମ୍ମଦାବାଦରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତୀୟ କ୍ରିକେଟ ଦଳ ୨-୧ରେ ଆଗୁଆ ରହିଛି। ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଶେଷ ଟେଷ୍ଟ ମ୍ୟାଚ୍ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି। 

ଏହା ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବାକୁ ଲାଗିପଡିଛି ଭାରତୀୟ ଟିମ୍। ଅଷ୍ଟ୍ରେଲିଆ ଦଳ ପୂର୍ବରୁ ହିଁ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିସାରିଛି। ଯଦି ଭାରତ ଏହି ଟେଷ୍ଟ ମ୍ୟାଚରେ ହାରିଯାଏ କିମ୍ବା ମ୍ୟାଚ୍ ଦୁଇ କିମ୍ବା ଟାଇରେ ରହିଯାଏ, ତେବେ ଫାଇନାଲ ଟିକେଟ ପାଇଁ ଶ୍ରୀଲଙ୍କାର ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ। ଏଣୁ ଏହି ମ୍ୟାଚଟି ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। 

Border-Gavaskar Trophy PM Modi India Vs Australia