Advertisment

ଗୁପ୍‌ଚୁପ୍ ଖାଇଲେ, ଲସି ପିଇଲେ ମୋଦି-କିଶିିଦା

ଜାପାନ ପ୍ରଧାନମନ୍ତ୍ରୀ ଗୋଟିଏ ଗୁପଚୁପ୍ ଖାଇବା ପରେ ଆଉ ଗୋଟେ ମାଗିକି ବି ଚାଖିଥିଲୋ।

ଅଦ୍ୟତନ ହୋଇଛି
Modi and Kishida tried gol gappe

Modi and Kishida tried gol gappe

Advertisment

ଗୁପ୍‌ଚୁପ୍ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିିଦା। କେବଳ ଗୁପ୍‌ଚୁପ୍ ନୁହେଁ ପିଇଲେ ଲସି ଆଉ ଆମ୍ବ ପଣା। ଚାଖିଲେ ଭାରତର ସ୍ୱାଦିଷ୍ଟ ଖାଦ୍ୟ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଗତକାଲି ଦିଲ୍ଲୀରେ ମୋଦିଙ୍କ ସହ ମିଶି ଭାରତର ଏସବୁ ସୁସ୍ୱାଦୁ ଖାଦ୍ୟର ଆନନ୍ଦ ଉଠାଇଛନ୍ତି।

Advertisment

ଗତକାଲି ସକାଳେ ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଫୁମିଓ କିଶିଦାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଫୁମିଓ କିଶିିଦାଙ୍କୁ ନେଇ ଦିଲ୍ଲୀର ବୁଦ୍ଧ ପାର୍କକୁ ଯାଇଥିଲେ ମୋଦି। ସେଠାରେ ମୋଦି ତାଙ୍କୁ ଦେଶର ପାରମ୍ପରିକ ଖାଦ୍ୟ ଗୁପ୍‌ଚୁପ୍ ଖୁଆଇଥିବା ବେଳେ ଲସି ବି ପିଆଇଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଗୋଟିଏ ଗୁପଚୁପ୍ ଖାଇବା ପରେ ଆଉ ଗୋଟେ ମାଗି ଥିଲେ। ଏହାର ଚଟପଟା ସ୍ୱାଦ ତାଙ୍କୁ ବେଶ୍ ଭଲ ଲାଗିଥିଲା।

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଫୁମିଓ କିଶିଦା ସୋମବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗିତା ବୃଦ୍ଧି ଉପରେ ବୈଠକ ଗୁରୁତ୍ୱାରୋପ ଦିଆଯାଇଥିଲା। ମୋଦି- କିଶିଦା ଆଲୋଚନାରେ ଚୀନ୍‌ର କାର୍ଯ୍ୟକଳାପ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି। 

Advertisment

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ। ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାପରେ ଉଭୟେ ବୁଦ୍ଧା ଜୟନ୍ତୀ ପାର୍କ ଅଞ୍ଚଳ ବୁଲି ଦେଖିଥିଲେ। 

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ଫୁମିଓ କିଶିଦାଙ୍କୁ କର୍ଣ୍ଣାଟକର ଐତିହ୍ୟ ସହ ଜଡ଼ିତ ଏବ ବୁଦ୍ଧ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି। ଚନ୍ଦନ କାଠରେ ନିର୍ମିତ ଏହି ମୂର୍ତ୍ତିଟିକୁ କଦମ୍ବ କାଠରେ ତିଆରି ହୋଇଥିବା ବାକ୍ସ ମଧ୍ୟରେ ରଖି ମୋଦି ତାଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି।  

ଆସନ୍ତା ମେ’ ମାସରେ ହିରୋସିମାରେ ଅନୁଷ୍ଠିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀକୁ ଭାରତକୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିିଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

PM Modi Fumio Kishida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe