Advertisment

୨୪ ବର୍ଷ ଧରି ଗାଳି ଶୁଣି ଶୁଣି ମୁଁ 'ଗାଳି ପ୍ରୁଫ୍' ହୋଇ ଗଲିଣି: ମୋଦି

ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ବିରୋଧୀଙ୍କୁ ଟାର୍ଗେଟ୍‌ କରି ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

'୨୪ ବର୍ଷ ହେଲା ମୁଁ ଗାଳି ଶୁଣି ଶୁଣି ଆସୁଛି। ଏଥିରେ ମୋତେ କିଛି ଫରକ୍‌ ପଡୁନି। ମୁଁ ଗାଳି ଶୁଣି ଶୁଣି 'ଗାଳି ପ୍ରୁଫ୍‌' ହୋଇଗଲିଣି।' ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ବିରୋଧୀଙ୍କୁ ଟାର୍ଗେଟ୍‌ କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, 'ନିର୍ବାଚନ ହେଉ ଅବା ନହେଉ ବିରୋଧୀମାନେ ଗାଳି ଦେବା ଅଧିକାର କେବଳ ତାଙ୍କ ପାଖରେ ଅଛି ବୋଲି ଭାବୁଛନ୍ତି। ଏମାନେ ହତାଶ ଆଉ ନିରାଶ ହୋଇପଡିଛନ୍ତି। ଗାଳି ଦେବା ଓ ଅପଶବ୍ଦ ବ୍ୟବହାର କରିବା ଏମାନଙ୍କ ସ୍ୱଭାବ ହୋଇଗଲାଣି। ମୁଁ ଗତ ୨୪ ବର୍ଷ ହେଲା ଗାଣି ଶୁଣୁଛି। ଏହା ଶୁଣି ଶୁଣି ମୁଁ ଏବେ 'ଗାଳି ପ୍ରୁଫ୍‌' ହୋଇଗଲଣି।'

ବିରୋଧୀଙ୍କୁ ଦବାଇବା ପାଇଁ ଇଡି, ସିବିଆଇ ଏବଂ ଆଇଟି ବ୍ୟବହାର ଅଭିଯୋଗ ଉପରେ ମଧ୍ୟ ମୋଦି ଜବାବ ଦେଇଛନ୍ତି। ସେ କହିଛନ୍ତି, 'ଗଣମାଧ୍ୟମକୁ ମୋର ପ୍ରଶ୍ନ ହେଉଛି, ବିରୋଧୀମାନେ ଆପଣଙ୍କୁ ଏହି ଅଳିଆ ଆବର୍ଜନାରେ ଧରାଉଛନ୍ତି। ଆପଣମାନେ ସେହି ଅଳିଆ ଧରି ଆମ ପାଖରେ ପହଞ୍ଚି ଯାଉଛ। ସରକାରଙ୍କୁ କେଉଁ ପ୍ରଶ୍ନ ପଚରାଯିବା ଉଚିତ, ପ୍ରଧାନମନ୍ତ୍ରୀଙ୍କୁ କେଉଁ ପ୍ରଶ୍ନ ପଚରାଯିବା ଉଚିତ ତାହା ଗଣମାଧ୍ୟମର ଲୋକମାନେ ରିସର୍ଚ୍ଚ କରିବା ଉଚିତ୍। ଅଳିଆ ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ପଚାରନ୍ତୁ ସେ କ’ଣ କହୁଛନ୍ତି ତାହାର ପ୍ରମାଣ କ’ଣ? 

Advertisment

ବିରୋଧୀଙ୍କ ସମାଲୋଚନାକୁ 'ଅଳିଆ' ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଏହାକୁ ଖତରେ ପରିଣତ କରୁଛି। ମନମୋହନ ସିଂହ ଜୀଙ୍କ ସରକାର ଥିବା ବେଳେ ୩୪ ଲକ୍ଷ ଟଙ୍କା ଜବତ ହୋଇଥିଲା। ୩୪ ଲକ୍ଷ ଟଙ୍କା ଅର୍ଥ ଏହା ଏକ ସ୍କୁଲ ବ୍ୟାଗରେ ଫିଟ୍ ହୋଇପାରେ। ବର୍ତ୍ତମାନ ୧୦ ବର୍ଷ ମଧ୍ୟରେ ଇଡି ୨୨୦୦ କୋଟି ଟଙ୍କା ଜବତ କରିଛି। ଯିଏ ଦେଶକୁ ୨୨୦୦ କୋଟି ଟଙ୍କା ଫେରାଇ ଆଣିଛି ତାଙ୍କୁ ସମ୍ମାନ କରିବା ଉଚିତ ଅପମାନିତ କରାଯିବା ଉଚିତ୍ ନୁହେଁ।

ମୋଦି ଆହୁରି କହିଛନ୍ତି, ଇଡି, ସିବିଆଇ ଓ ଆଇଟିର କାର୍ଯ୍ୟାନୁଷ୍ଠାନ ଯୋଗୁ ଯାହା ପକେଟ୍‌ରୁ ଟଙ୍କା ଯାଇଛି ସେ ପାଟି କରି ଗାଳିଗୁଲଜ କରୁଛି। ଯାହାର ପକେଟରୁ ୨୨୦୦ କୋଟି ଟଙ୍କା ନିଆଯାଇଛି, ଯିଏ ଚୋରି କରି ସଂଗ୍ରହ କରିଥିଲା ସେ ଧରାପଡିଛି। ଏହାର ଅର୍ଥ ହେଉଛି ଯେଉଁ ଚୋରମାନେ ଧରାଯାଉଛନ୍ତି, ଯିଏ ଏଥିରେ ଜଡିତ ଅଛି ସେମାନେ ପାଟିତୁଣ୍ଡ କରିବେ।

PM Modi Interview PM Modi Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe