Advertisment

ଫେବ୍ରୁଆରୀରେ ଅଯୋଧ୍ୟା ନ ଯିବାକୁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ!

ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗତକାଲି ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ରାମ ଲଲାଙ୍କ ଦର୍ଶନ କରିଥିଲେ।

Temple

Temple

Advertisment

ଫେବ୍ରୁଆରୀ ମାସରେ ଅଯୋଧ୍ୟା ନ ଯିବାକୁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରେବୁଆରୀ ବଦଳରେ ମାର୍ଚ୍ଚ ମାସରେ ସେଠାକୁ ଯିବାକୁ ସେ ତାଙ୍କ ମନ୍ତ୍ରୀମାନଙ୍କୁ କହିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ସେଠାକୁ ନଯିବାକୁ କହିଥିବା କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀମାନେ ଭିଆଇପି ହୋଇଥିବା ଯୋଗୁ ସେମାନଙ୍କ ଦର୍ଶନ ପାଇଁ କିଛି ପ୍ରୋଟୋକଲ ଲାଗୁ କରିବାକୁ ହୋଇଥାଏ। ଏବେ କେନ୍ଦ୍ର ମନ୍ତ୍ରୀମାନେ ଅଯୋଧ୍ୟାକୁ ରାମ ଲଲାଙ୍କ ଦର୍ଶନ ପାଇଁ ଗଲେ ସେହି ସବୁ ପ୍ରୋଟୋକଲ ଲାଗୁ କରାଗଲେ ସାଧାରଣ ଶ୍ରଦ୍ଧାଳୁମାନେ ହଇରାଣ ହେବାର ସମ୍ଭାବନା ରହିଛି। ରାମ ଲଲାଙ୍କ ଦର୍ଶନରେ ଯେପରି ଶ୍ରଦ୍ଧାଳୁମାନେ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରଧାନମନ୍ତ୍ରୀ ଫ୍ରେବୁଆରୀ ମାସରେ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ଅଯୋଧ୍ୟା ନଯିବା ପାଇଁ କହିଥିବା ଜଣାପଡ଼ିଛି।

ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ନେଇ ସାଧାରଣରେ କ’ଣ ପ୍ରତିକ୍ରିୟା ରହିଛି ବୋଲି ତାଙ୍କ ମନ୍ତ୍ରୀମାନଙ୍କୁ ପଚାରିଥିବା ଜଣାପଡ଼ିଛି। ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗତକାଲି ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ରାମ ଲଲାଙ୍କ ଦର୍ଶନ କରିଥିଲେ। ଭୋର ତିନିଟାରୁ ଭକ୍ତମାନେ ରାମ ଲଲାଙ୍କ ଦର୍ଶନ ପାଇଁ ଲାଇନ୍ ଲଗାଇଥିଲେ।

Advertisment
Narendra Modi Ram Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe