Advertisment

ଉତ୍ତରାଧିକାର ଟ୍ୟାକ୍ସ: ମୋଦି କହିଲେ, କଂଗ୍ରେସର ଲୁଟ୍‌ ଜୀନ୍ଦଗି କେ ସାଥ୍‌ ଭି, ଜୀନ୍ଦଗି କେ ବାଦ୍‌ ଭି

ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଉତ୍ତରାଧକାରୀ ଟ୍ୟାକ୍ସକୁ ନେଇ ନିକଟରେ ବୟାନ ଦେଇଥିଲେ। ଏହାକୁ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସକୁ ଘେରିଛି ବିଜେପି।

author-image
Madhupriya Mistry
ଅଦ୍ୟତନ ହୋଇଛି
Pm Modi and Sam Pitroda

Pm Modi and Sam Pitroda

ମଙ୍ଗଳସୂତ୍ର ପରେ ଏବେ ଉତ୍ତରାଧିକାର ଟ୍ୟାକ୍ସ ନେଇ ଆରମ୍ଭ ହୋଇଛି ରାଜନୈତିକ ଲଢ଼େଇ। ନିକଟରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଆମେରିକାରେ ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ଏକ ବୟାନ ଦେଇଥିଲେ। ତାଙ୍କର ସେହି ବୟାନକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏକ ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଟ୍ରୋଡା ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'କଂଗ୍ରେସର ଭୟଙ୍କର ଉଦ୍ଦେଶ୍ୟ ଗୋଟିଏ ପରେ ଗୋଟିଏ ଖୋଲାଖୋଲି ଭାବେ ସେମ୍ନାକୁ ଆସୁଛି। ରାଜ ପରିବାରର ରାଜକୁମାର ବା ଶାହବଜାଦେଙ୍କ ପରାମର୍ଶଦାତାମାନେ କିଛି ସମୟ ପୂର୍ବରୁ କହିଥିଲେ ଯେ ମଧ୍ୟବିତ୍ତଙ୍କ ଉପରେ ଅଧିକ ଟିକସ ଲାଗୁ କରିବା ଉଚିତ। ବର୍ତ୍ତମାନ ଏମାନେ ଏହାଠାରୁ ବି ଆଉ ପାଦେ ଆଗକୁ ଚାଲି ଯାଇଛନ୍ତି।'

କଂଗ୍ରେସ ଏବେ ଉତ୍ତରାଧିକାର ଟ୍ୟାକ୍ସ ଲାଗୁ କରିବ। ଅର୍ଥାତ ବାପା-ମା'ଙ୍କ ଠାରୁ ପ୍ରାପ୍ତ ସମ୍ପତ୍ତି ଉପରେ ମଧ୍ୟ ଟ୍ୟାକ୍ସ ଲାଗୁ ହେବ। ଆପଣ ନିଜ ପରିଶ୍ରମ କରି ଯେଉଁ ସମ୍ପତ୍ତି ଅର୍ଜନ କରିଛନ୍ତି ତାହା ଆପଣଙ୍କ ପିଲାମାନଙ୍କୁ ମିଳିବ ନାହିଁ। ବରଂ କଂଗ୍ରେସ ସରକାର ଏହାକୁ ତୁମଠାରୁ ଛଡ଼ାଇ ନେବ ବୋଲି ମୋଦି କହିଛନ୍ତି।

Advertisment

କଂଗ୍ରେସର ମନ୍ତ୍ର ହେଉଛି, କଂଗ୍ରେସର ଲୁଟ୍‌ ଜୀନ୍ଦଗି କେ ସାଥ୍‌ ଭି ଔର୍‌ ଜୀନ୍ଦଗି କେ ବାଦ୍‌ ଭି। ଯେତେ ପର୍ଯ୍ୟନ୍ତ ଆପଣ ଜୀବିତ ରହିବେ, କଂଗ୍ରେସ ଆପଣଙ୍କ ଠାରୁ ଟ୍ୟାକ୍ସ ନେଇ ନେଇ ପାରିବ। ମୃତ୍ୟୁ ପରେ ସେ ଆପଣଙ୍କ ଉପରେ ଉତ୍ତରାଧିକାରୀ ଟ୍ୟାକ୍ସର ବୋଝ ଲଦି ଦେବ। ଯେଉଁ ଲୋକମାନେ ପୂରା କଂଗ୍ରେସ ପାର୍ଟିକୁ ନିଜ ପିଲାମାନଙ୍କୁ ସେମାନଙ୍କର ପୂର୍ବପୁରୁଷ ସମ୍ପତ୍ତି ଭାବରେ ଦେଇଛନ୍ତି, ସେମାନେ ଚାହାଁନ୍ତି ନାହିଁ ଯେ ଜଣେ ସାଧାରଣ ଭାରତୀୟ ତାଙ୍କ ସମ୍ପତ୍ତି ତାଙ୍କ ପିଲାମାନଙ୍କୁ ଦିଅନ୍ତୁ ବୋଲି କହି ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି।

କହିରଖୁ ଯେ, କଂଗ୍ରେସର ବରିଷ୍ଠ ନେତା ସାମ୍‌ ପିଟ୍ରୋଡା ଉତ୍ତରାଧିକାର ଟ୍ୟାକ୍ସକୁ ନିକଟରେ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ, 'ଆମେରିକାରେ ଉତ୍ତରାଧିକାର ଟ୍ୟାକ୍ସ ଲାଗୁ ଅଛି। ଯଦି ୧୦୦ ନିୟୁତ ଡଲାର ସମ୍ପତ୍ତି ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ମୃତ୍ୟ ପରେ ତାଙ୍କ ସମ୍ପତ୍ତି ୪୫% ପ୍ରତିଶତ ତାଙ୍କ ପିଲାମାନଙ୍କୁ ଦିଆଯାଏ। ଆଉ ବାକି ସମ୍ପତ୍ତି ସରକାର ନିଜ ପାଖରେ ରଖନ୍ତି।'

ଏହି ବୟାନକୁ ନେଇ ବିଜେପି କଂଗ୍ରେସ ଘେରିଛି। କଂଗ୍ରେସର ନୀତି ଦେଶକୁ ନଷ୍ଟ କରିବାକୁ ଯାଉଥିବା ବିଜେପି ଅଭିଯୋଗ କରିଛି। ସେପଟେ କଂଗ୍ରେସ କିନ୍ତୁ ପିଟ୍ରୋଡାଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖି ଏହାକୁ ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛି। 

Narendra Modi Lok Sabha Elections 2024 Sam Pitroda Inheritance Tax Row