Advertisment

"ଯେଉଁଠି ଭାରତୀୟ ସେନା ଅଛି, ସେ ସ୍ଥାନ କୌଣସି ମନ୍ଦିରଠୁ କମ୍ ନୁହେଁ"

ଏଥର ହିମାଚଳ ପ୍ରଦେଶର ଲେପଚା ସୀମାନ୍ତରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi With Jawans

PM Modi With Jawans

Advertisment

ପୂର୍ବ ପରି ଏଥର ବି ଯବାନଙ୍କ ସହ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ହିମାଚଳ ପ୍ରଦେଶର ଲେପଚା ସୀମାନ୍ତରେ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କ ପରାକ୍ରମ ଓ ଦେଶ ସେବାକୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଲେପଚାର ଉଚ୍ଚତମ ଗିରିଶୃଙ୍ଗରୁ ଦେଶବାସୀଙ୍କୁ ଉଦବୋଧନ ଜଣାଇ କହିଛନ୍ତି, "ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ, ଶୁଭ ଦୀପାବଳି।"

Advertisment

ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୁହାଯାଏ ପର୍ବ ତାହା, ଯାହା ପରିବାରବର୍ଗଙ୍କ ସହ ମନାଯାଏ। ସମସ୍ତେ ପର୍ବ-ପର୍ବାଣିରେ ପରିବାର ଲୋକଙ୍କୁ ମନେ ପକାନ୍ତି। ହେଲେ ଘରଠୁ ବହୁ ଦୂରରେ ଥିବା ଯବାନମାନଙ୍କ ମନରେ କୌଣସି ଦୁଃଖ ନାହିଁ, ସେମାନଙ୍କ ଚେହେରାରେ ଅଭାବର କୌଣସି ଚିହ୍ନ ଦେଖିବାକୁ ମିଳୁନାହିଁ। ଏହାହିଁ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା, ନିଜ କର୍ତ୍ତବ୍ୟ ପ୍ରତି ଭକ୍ତି ଓ ଭଲପାଇବା।

ଆପଣ ଉତ୍ସାହ ଓ ଶକ୍ତିରେ ପରିପୂର୍ଣ୍ଣ, କାରଣ ଆପଣ ଜାଣନ୍ତି 140 କୋଟି ଦେଶବାସୀଙ୍କ ବଡ ପରିବାର ମଧ୍ୟ ଆପଣଙ୍କର। ଦେଶ ଆପଣଙ୍କ ନିକଟରେ କୃତଜ୍ଞ ଏବଂ ଋଣୀ। ସେଥିପାଇଁ ଦୀପାବଳିରେ, ପ୍ରତ୍ୟେକ ଘରେ ଆପଣମାନଙ୍କ ସୁରକ୍ଷା ପାଇଁ ଏକ ପ୍ରଦୀପ ମଧ୍ୟ ପ୍ରଜ୍ୱଳିତ ହେଉଛି। ପ୍ରତ୍ୟେକ ପୂଜାରେ ଆପଣଙ୍କ ପରି ସାହସୀ ଯୋଦ୍ଧାମାନଙ୍କ ପାଇଁ ପ୍ରାର୍ଥନା କରାଯାଇଥାଏ କହି ସୈନ୍ୟମାନଙ୍କ ମନୋବଳ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ପ୍ରତ୍ୟେକ ଥର ଦୀପାବଳିରେ ମୁଁ ମଧ୍ୟ ଏପରି କିଛି ଭାବନା ନେଇ ମୋର ସେନା ଏବଂ ସୁରକ୍ଷା ବାହିନୀଙ୍କ ନିକଟକୁ ଚାଲିଆସେ। ରାମ ଯେଉଁଠାରେ ଅଛନ୍ତି, ସେଠାରେ ଅଯୋଧ୍ୟା ଅଛି। ମୋ ପାଇଁ ଯେଉଁ ସ୍ଥାନରେ ଭାରତୀୟ ସେନା ଥାଏ, ତାହା କୌଣସି ମନ୍ଦିରଠାରୁ କମ୍ ନୁହେଁ। ଯେଉଁଠି ଆପଣ ଅଛନ୍ତି, ସେଇଠି ମୋର ପର୍ବ। ଯେତେବେଳେ ମୁଁ ସିଏମ୍ କି ପିଏମ୍ ନଥିଲି, ସେତେବେଳେ ବି ଭାରତ ମାତର ସନ୍ତାର ଭାବେ ଦେଶର କୌଣସି ନା କୌଣସି ସୀମାକୁ ନିଶ୍ଚିତ ଯାଉଥିଲି। ଯବାନମାନଙ୍କ ସହ ସେତେବେଳେ ବି ମିଠା ଓ ମେସ୍ ଖାଇବା ଖାଉଥିଲି।

ଏହି ସ୍ଥାନର ନାଁ ସୁଗାର ପଏଣ୍ଟ। ଆପଣମାନଙ୍କ ସହ କିଛି ମିଠା ଖାଇ ମୋ ଦୀପାବଳି ବି ଆହୁରି ମଧୁର ହୋଇଗଲା। ଏହି ଧରିତ୍ରୀ ଇତିହାସର ପୃଷ୍ଠାରେ ସାହସିକତାର ସ୍ୟାହି(କାଳି)ରେ ନିଜର ଖ୍ୟାତି ଲେଖିଛି। ଆପଣମାନେ ଏଠାରେ ସାହସିକତାର ପରମ୍ପରାକୁ ଅମର କରିଛନ୍ତି ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ମହିଳା ଶକ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ବିଗତ ବର୍ଷଗୁଡିକରେ ଭାରତୀୟ ସେନାରେ 500ରୁ ଅଧିକ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆଯାଇଛି। ଆଜି ମହିଳା ପାଇଲଟମାନେ ରାଫାଲ ଭଳି ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ପ୍ରଥମ ଥର ପାଇଁ ମହିଳା ଅଧିକାରୀଙ୍କୁ ମଧ୍ୟ ଯୁଦ୍ଧ ଜାହାଜରେ ନିୟୋଜିତ କରାଯାଇଛି। ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତୀୟ ସେନା ବିଶ୍ୱରେ ଆଧୁନିକତାର ନୂତନ ମାନଦଣ୍ଡ ସ୍ଥାପନ କରୁଛି।"

PM Modi Diwali Deepavali PM Modi Celebrate Jawans
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe