Advertisment

ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ପ୍ରତିବର୍ଷ ଭଳି ଏଥର ମଧ୍ୟ ସୀମାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଦୀପାବଳି ପାଳିବାକୁ ଗୁଜରାଟର କଚ୍ଛରେ ପହଞ୍ଚିଥିଲେ ମୋଦି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
PM Modi Celebrates Diwali with BSF soldiers

PM Modi Celebrates Diwali with BSF soldiers

ଦୀପାବଳି ପର୍ବରେ ସାରା ଦେଶରେ ଉତ୍ସବର ମାହୋଲ। ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଦୀପାବଳି ପାଇଁ ସମସ୍ତେ ଉତ୍ସାହିତ। କିନ୍ତୁ ଏତେ ବଡ଼ ପର୍ବ ଦିନରେ ମଧ୍ୟ ଆମର ଯବାନମାନେ ସୀମାରେ ନିୟୋଜିତ ଅଛନ୍ତି ଏବଂ ଦେଶକୁ ସୁରକ୍ଷା ଦେଇ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି।

Advertisment

ଆଜି ଗୁଜରାଟର କଚ୍ଛରେ ପହଞ୍ଚି ବିଏସ୍ଏଫ୍ ଯବାନମାନଙ୍କୁ ମିଠା ଖୁଆଇ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ମୋଦି ପ୍ରତିବର୍ଷ ଦେଶର ବିଭିନ୍ନ ସୀମାରେ ନିୟୋଜିତ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି। ୨୦୧୪ରେ ଯେତେବେଳେ ବିଜେପି କ୍ଷମତାକୁ ଆସିଲା, ପ୍ରଧାନମନ୍ତ୍ରୀ ମୋଦି ସିଆଚୀନ ପରିଦର୍ଶନ କରି ସେଠାରେ ନିୟୋଜିତ ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ୧୨୫ କୋଟି ଭାରତୀୟ ଶାନ୍ତିରେ ଦୀପାବଳି ପାଳନ କରିପାରୁଛନ୍ତି, କାରଣ ଯବାନମାନେ ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି।

ଏହାପରଠାରୁ ପ୍ରତିବର୍ଷ ଦୀପାବଳିରେ ଦେଶର ବିଭିନ୍ନ ସୀମାରେ ପହଞ୍ଚି ସେଠାରେ ନିୟୋଜିତ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୨୦୧୫ରେ ପଞ୍ଜାବ ସୀମା, ୨୦୧୬ରେ ହିମାଚଳ ପ୍ରଦେଶର ସୁମଡୋ, ୨୦୧୭ରେ ଜାମ୍ମୁ-କାଶ୍ମୀରର ଗୁରେଜ ସେକ୍ଟର, ୨୦୧୮ରେ ଉତ୍ତରାଖଣ୍ଡର ହର୍ସିଲ, ୨୦୧୯ରେ ଜାମ୍ମୁ-କାଶ୍ମୀରରେ ରାଜୌରୀ ଏବଂ ୨୦୨୦ରେ ଦୀପାବଳି ପାଳନ ପାଇଁ ସେ ରାଜସ୍ଥାନର ଲୋଙ୍ଗେୱାଲା ସୀମାରେ ପହଞ୍ଚିଥିଲେ। ସେହିଭଳି ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଦୀପାବଳି କାଶ୍ମୀରର ନୋଶେରାରେ ପାଳିଥିଲେ। ୨୦୨୨ ଜାମ୍ମୁ-କାଶ୍ମୀରର କାର୍ଗିଲ ଏବଂ ୨୦୨୩ରେ ହିମାଚଳର ଲେପଚାରେ ଦୀପାବଳି ପାଳନ କରିଥିଲେ ମୋଦି।

Advertisment
PM Modi Diwali 2024 Modi Celebrates Diwali