Advertisment

Diwali With Jawan: ପାକିସ୍ତାନର ନିଦ ହଜାଇଥିଲା ଆଇଏନଏସ୍‌ ବିକ୍ରାନ୍ତ: ନୌବୀରଙ୍କ ସହ ଦୀପାବଳି ପାଳିଲେ ମୋଦି

ଭାରତର ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ହେଉଛି ଆଇଏନଏସ୍‌ ବିକ୍ରାନ୍ତ। ଏହା ଭାରତୀୟ ସଶସ୍ତ୍ର ବଳର କ୍ଷମତାକୁ ପ୍ରଦର୍ଶିତ କରୁଥିବା ମୋଦି କହିଛନ୍ତି। ଅପରେସନ ସିନ୍ଦୂର ବେଳେ ଆଇଏନଏସ୍‌ ବିକ୍ରାନ୍ତ ମାତ୍ର ଦିନ କେଇଟାରେ ପାକିସ୍ତାନକୁ ଆଣ୍ଠେଇବାକୁ ସକ୍ଷମ ହୋଇଥିଲା ବୋଲି ସେ ମତ ରଖିଛନ୍ତି।

author-image
Hemant Lenka
PM-Modi

ପ୍ରଧାନମନ୍ତ୍ରୀ ମୋଦି

ସବୁଥର ଭଳି ଏଥର ମଧ୍ୟ ଆଲୋକର ପର୍ବ ଦୀପାବଳିକୁ ଦେଶର ବୀର ଯବାନଙ୍କ ସହ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଦୀପାବଳିରେ ସେ ଆଇଏନଏସ୍‌ ବିକ୍ରାନ୍ତରେ ପହଞ୍ଚି ନୌସେନାର ବୀର ଯବାନଙ୍କ ସହ ଏହାକୁ ସେଲିବ୍ରେଟ କରିଛନ୍ତି। ଗୋଆ ଓ କରୱାର (କର୍ଣ୍ଣାଟକା)ଉପକୂଳରେ ଆଇଏନଏସ୍‌ ବିକ୍ରାନ୍ତରେ ଥିବା ନୌବୀରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଛନ୍ତି। 

Advertisment

ଶତାଧିକ ନୌବୀର(Indian Navy)ଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି(PM Modi) କହିଛନ୍ତି ଯେ ଦୀପାବଳି ଭଳି ପବିତ୍ର ଉତ୍ସବକୁ ସେ ବୀର ଯବାନଙ୍କ ସହ ପାଳନ କରୁଥିବାରୁ ନିଜକୁ ସୌଭାଗ୍ୟ ମଣୁଛନ୍ତି। ଏଥିସହ ଆଇଏନଏସ୍‌ ବିକ୍ରାନ୍ତ କେମିତି ପାକିସ୍ତାନର ରାତିର ନିଦ ହଜାଇ ଦେଇଥିଲା, ସେକଥା ମଧ୍ୟ ମୋଦି ପୂରା ଦେଶବାସୀଙ୍କୁ ଜଣାଇଛନ୍ତି। 

Advertisment

ସେ କହିଛନ୍ତି, “ଆଜି ହେଉଛି ଗୋଟିଏ ଚମତ୍କାର ଦିନ। ଏହି ଦୃଶ୍ୟ ବା ମୁହୂର୍ତ୍ତ ବେଶ ସ୍ମରଣୀୟ। ଆଜି ମୋର ଗୋଟିଏ ପାର୍ଶ୍ୱରେ ମହାସାଗର ଓ ଆଉ ଗୋଟିଏ ପାର୍ଶ୍ୱରେ ଭାରତ ମା’ର ସାହାସୀ ସୈନ୍ୟମାନେ ରହିଛନ୍ତି। ଆଜି ଗୋଟିଏ ପାର୍ଶ୍ୱରେ ଅନନ୍ତ ଆକାଶ ଓ ଆଉ ଗୋଟିଏ ପାର୍ଶ୍ୱରେ ଏହି ବିଶାଳ ଆଇଏନଏସ ବିକ୍ରାନ୍ତ ରହିଛି। ସମୁଦ୍ର ପାଣିରେ ସୂର୍ଯ୍ୟଙ୍କ କିରଣର ଚମକ ବାହାଦୂର ସୈନ୍ୟଙ୍କ ଦ୍ୱାରା ଜଳା ଯାଇଥିବା ଦୀପ ଭଳି ଦାଉଦାଉ ହେଉଛି।”

ଭାରତର ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ହେଉଛି ଆଇଏନଏସ୍‌ ବିକ୍ରାନ୍ତ। ଏହା ଭାରତୀୟ ସଶସ୍ତ୍ର ବଳର କ୍ଷମତାକୁ ପ୍ରଦର୍ଶିତ କରୁଥିବା ମୋଦି କହିଛନ୍ତି। ଅପରେସନ ସିନ୍ଦୂର ବେଳେ ଆଇଏନଏସ୍‌ ବିକ୍ରାନ୍ତ ମାତ୍ର ଦିନ କେଇଟାରେ ପାକିସ୍ତାନକୁ ଆଣ୍ଠେଇବାକୁ ସକ୍ଷମ ହୋଇଥିଲା ବୋଲି ସେ ମତ ରଖିଛନ୍ତି। 

ମୋଦିଙ୍କ କହିବା କଥା ଯେ “୩ ସେନା ବାହିନୀର ଅସାଧାରଣ ସମନ୍ୱୟ ଯୋଗୁ ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା। ଆଇଏନଏସ୍‌ ବିକ୍ରାନ୍ତ କେବଳ ଗୋଟିଏ ଯୁଦ୍ଧ ବିମାନ ନୁହେଁ। ଏହା ଏକବିଂଶ ଶତରବ୍ଦୀରେ ଭାରତର କଠିନ ପରିଶ୍ରମ, ଦକ୍ଷତା, ପ୍ରଭାବ ଓ ପ୍ରତିବଦ୍ଧାର ପରିଚୟ। ଅପରେସନ ସିନ୍ଦୂର ବେଳେ ଏହାର ନାଁ ହିଁ ପାକିସ୍ତାନର ରାତିର ନିଦକୁ ହଜାଇ ଦେଇଥିଲା। 


ଆଇଏନଏସ୍‌ ବିକ୍ରାନ୍ତରେ ରବିବାର ରାତି କାଟିବାର ଅଭିଜ୍ଞତା ଶବ୍ଦରେ ବର୍ଣ୍ଣନା କରିବା ବେଶ କଷ୍ଟକର। ଆପଣମାନଙ୍କ ମଧ୍ୟରେ ଥିବା ଶକ୍ତି ଓ ଉତ୍ସାହକୁ ମୁଁ ଦେଖିଥିଲି। ରବିବାର ଯେତେବେଳେ ଆପଣମାନେ ଦେଶାତ୍ମକବୋଧ ଗୀତ ଦ୍ୱାରା ଅପରେସନ ସିନ୍ଦୂରକୁ ବର୍ଣ୍ଣନା କରିଥିଲେ ସେତେବେଳେ ମୁଁ ଜାଣିବାକୁ ପାଇଥିଲି ଯେ କୌଣସି ଶବ୍ଦ କେବେ ହେଲେ ବି ଯୁଦ୍ଧ କ୍ଷେତ୍ରରେ ଥିବା ଯବାନଙ୍କ ଭାବନାକୁ ଦର୍ଶାଇ ପାରିବ ନାହିଁ। ମୋ ଦୀପାବଳି(Diwali Celebration) ବେଶ ସ୍ୱତନ୍ତ୍ର ହୋଇଛି। କାରଣ ମୁଁ ଆପଣମାନଙ୍କ ସହ ସମୟ ବିତାଇ ପାରିଛି।”

Indian Navy Diwali Celebration PM Modi