Advertisment

ମସ୍କୋ ଆତଙ୍କୀ ହମ୍‌ଲା: ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋରେ ହୋଇଥିବା ଆତଙ୍କୀ ହମ୍‌ଲାରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

author-image
Madhupriya Mistry
Modi on Moscow Attack

Modi on Moscow Attack

ରୁଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଃଖ ସମୟରେ ରୁଷ ସହ ଭାରତ ଠିଆ ହୋଇଛି ବୋଲି ସେ କହିଛନ୍ତି।

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, 'ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ। ଆମର ସଦ୍‌ଭାବନା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି। ଏହି ଦୁଃଖଦ ସମୟରେ ଭାରତ ରୁଷିଆ ସରକାର ଓ ସେଠାର ଲୋକଙ୍କ ସହିତ ଛିଡା ହୋଇଛି।'

ପ୍ରକୃତରେ ରୁଷର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲ୍‌ରେ ଏକ କନସର୍ଟ ଚାଲିଥିବା ବେଳେ ଆତଙ୍କାଦୀ ଆକ୍ରମଣ ହୋଇଛି। ବନ୍ଧୁକଧାରୀମାନେ ଭିଡ ଉପରକୁ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଆତଙ୍କୀ ହମ୍‌ଲାରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୦୦ରୁ ଅଧିକ ଆହତ ହୋଇଛନ୍ତି।

Advertisment

ଗୁଳି ବିନିମୟ ପରେ କନସର୍ଟ ହଲରେ ବିସ୍ଫୋରଣ ଘଟିଥିଲା। ଏହାପରେ ଏଠାରେ ଭୟଙ୍କର ନିଆଁ ଲାଗି ହଲ୍‌ଟି ପୂରାପୁରି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ନିଜକୁ ଦାୟୀ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିକ୍‌ନିକ୍‌ ରକ୍‌ ବ୍ୟାଣ୍ଡର କନ୍‌ସର୍ଟ ଚାଲିଥିବା ବେଳେ ତିନିରୁ ଚାରି ଜଣ ବନ୍ଧୁକଧାରୀ ହଲ୍‌ ଭିତରକୁ ଆସି ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ନିଜ ପରିଚୟ ଲୁଚାଇବା ପାଇଁ ସେମାନେ ସେନା ପୋଷାକ ପିନ୍ଧିଥିଲେ। ଗୁଳି ବିନିମୟ ପରେ କେତେକ ଲୋକ ତଳ ମହଲା ଆଡକୁ ଦୈଡ଼ିବା ଆରମ୍ଭ କରିଥିବାବେଳେ ଅନ୍ୟମାନେ ଟେରାସରେ ଲୁଚିବାକୁ ଚେଷ୍ଠା କରିଥିଲେ। ଆକ୍ରମଣକାରୀମାନେ ବିସ୍ଫୋରକ ମଧ୍ୟ ବ୍ୟବହାର କରିଥିଲେ, ଯାହା ହଲରେ ନିଆଁ ଲଗାଇ ଦେଇଥିଲେ।

Terror Attack PM Modi Moscow Attack