Advertisment

ସ୍ଲୋବାକିଆ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ନରେନ୍ଦ୍ର ମୋଦି

ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ରୋବର୍ଟ ଫିକୋଙ୍କ ଉପରକୁ ଗୁଳିମାଡ଼ ହୋଇଛି।

author-image
Debibandita Barick
 Narendra Modi & Robert Fico

Narendra Modi & Robert Fico

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତକାଲି ଫିକୋଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦି ନିନ୍ଦା କରିବା ସହ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ଏକ୍ସ ପୋଷ୍ଟ ଯୋଗେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱୋବାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କୁ ଗୁଳିମାଡ଼ ଖବର ମୋତେ ଚକିତ କରିଛି। ଏହା ଦୁଃଖଦାୟକ ଏବଂ ଅତ୍ୟନ୍ତ ଭୟାନକ କାର୍ଯ୍ୟ। ଏପରି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି। ଫିକୋଙ୍କ ଆରୋଗ୍ୟ କାମନା କରୁଛି।

ପ୍ରକାଶଥାଉ କି, ଗତକାଲି ସ୍ଲୋବାକିଆ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ ହୋଇଥିଲା। ରାଜଧାନୀ ବ୍ରାଟିସ୍ଲାବରୁ ୧୫୦ କିଲୋମିଟର ଦୂର ହ୍ୟାଣ୍ଡଲୋବା ସହରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଆକ୍ରମଣ ହୋଇଥିଲା।

Advertisment

ସେଠାରେ କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ହାଉସ୍ ଅଫ୍ କଲ୍‌ଚର ବାହାରେ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲେ ଫିକୋ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା।

ସୂଚନା ଅନୁସାରେ, ଗୁଳି ଫିକୋଙ୍କ ପେଟରେ ବାଜିଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସେପଟେ ଗୁଳି କରିଥିବା ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ ଜଣେ ୭୧ ବର୍ଷୀୟ ଲେଖକ। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। 

PM Modi Slovak PM Robert Fico