Advertisment

କର୍ଣ୍ଣାଟକା ବିଜୟ ପରେ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଏହି ବିଜୟ ପରେ ପୂରା ଦେଶରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିବାରେ ଲାଗିଛନ୍ତି। ରାହୁଲ ଗାନ୍ଧିଙ୍କ ଫଟୋରେ ମଧ୍ୟ କଂଗ୍ରେସ କର୍ମୀମାନେ କ୍ଷୀର ଢାଳି ସେଲିବ୍ରେସନ କରିଛନ୍ତି।

PM Modi

PM Modi

Advertisment

କର୍ଣ୍ଣାଟକାରେ କଂଗ୍ରେସର ବିପୁଳ ବିଜୟ ହୋଇଛି। କଂଗ୍ରେସ ୨୨୪ଟି ଆସନରୁ ୧୩୬ରେ ଜିତିଥିବା ବେଳେ ବଜେପି ୬୪ଟି ଆସନରେ ଜିତବାକୁ ଯାଉଛି। ଏହି ବିଜୟ ପରେ ପୂରା ଦେଶରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିବାରେ ଲାଗିଛନ୍ତି। ରାହୁଲ ଗାନ୍ଧିଙ୍କ ଫଟୋରେ ମଧ୍ୟ କଂଗ୍ରେସ କର୍ମୀମାନେ କ୍ଷୀର ଢାଳି ସେଲିବ୍ରେସନ କରିଛନ୍ତି।

Advertisment

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକା ପରାଜୟକୁ ସ୍ୱୀକାର କରି କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି। ଧାଡ଼ିକିଆ ଟ୍ୱିଟରେ ମୋଦି କହିଛନ୍ତି ଯେ “କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ଶୁଭେଚ୍ଛା। ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋର ଶୁଭକାମନା। କର୍ଣ୍ଣାଟକା ନିର୍ବାଚନରେ ଆମର ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ। ମୁଁ ବିଜେପି କର୍ମୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛି। ଆଗାମୀ ଦିନରେ ଆମେ ଅଧିକ ଉତ୍ସାହର ସହ କର୍ଣ୍ଣାଟକା ପାଇଁ ଆମେ କାମ କରିବା।”

Advertisment

କର୍ଣ୍ଣାଟକା ନିର୍ବାଚନରେ ଇତିହାସ ସୃଷ୍ଟି କରିବା ସହ ବିଜେପି କ୍ରମାଗତ ଦ୍ୱିତୀୟଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରଚାର ମଙ୍ଗ ସମ୍ଭାଳିଥିଲେ।

ସେ ପ୍ରାୟ ୪୦ରୁ ଅଧିକ ରାଲିରେ ପ୍ରଚାର କରିଥିଲେ। ତଥାପି ବିଜେପି ୨୦୧୮ ରେଜଲ୍ଟକୁ ଦୋହରାଇବାରେ ବିଫଳ ହୋଇଛି। କର୍ଣ୍ଣାଟକା ଉପକୂଳକୁ ଛାଡ଼ି ଦେଲେ ବାକି ସବୁ ରିଜନରେ ବିଜେପି ଠାରୁ କଂଗ୍ରେସ ଅଧିକ ଆସନ ଜିତିଛି।

Karnataka PM Modi Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe