Advertisment

ଟ୍ରମ୍ପଙ୍କ ଆମେରିକା ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ମୋଦି ନିକଟରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ସମ୍ପର୍କରେ ଟ୍ରମ୍ପଙ୍କୁ ଅବଗତ କରାଇଛନ୍ତି। ସେହିପରି ଭାରତ-ପାକିସ୍ତାନ ପ୍ରସଙ୍ଗରେ ସେ କୌଣସି ପକ୍ଷର ମଧ୍ୟସ୍ଥତା ଚାହୁଁ ନଥିବା ଟ୍ରମ୍ପଙ୍କୁ ଜଣାଇ ଦେଇଛନ୍ତି।

Trump

Trump

Advertisment

ଜି-୭ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏ ସମ୍ପର୍କରେ ଆଜି ବୈଦେଶିକ ସଚିବ ବିକ୍ରମ ମିସ୍ରି ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ କାନାଡାରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ପରେ ମୋଦି ଆମେରିକା ଗସ୍ତ କରନ୍ତୁ ବୋଲି ଟ୍ରମ୍ପ ଚାହୁଁଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ କିଛି କାମ ପାଇଁ ପୂର୍ବରୁ ପ୍ରତିଶ୍ରୁତିବଦ୍ଧ ଥିବାରୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ନାହାନ୍ତି।

Advertisment

ମିସ୍ରି କହିଛନ୍ତି, “ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଥିଲେ ଯେ କାନାଡାରୁ ଫେରିବେ ବେଳେ ସେ କ’ଣ ଆମେରିକା ଗସ୍ତ କରିପାରିବେ? ହେଲେ ପୂର୍ବ କାର୍ଯ୍ୟସୂଚୀ ବ୍ୟସ୍ତତା ଯୋଗୁ ପ୍ରଧାନମନ୍ତ୍ରୀ ତାଙ୍କ ଅନୁରୋଧକୁ ରକ୍ଷା କରୁ ପାରୁ ନଥିବା କହିଛନ୍ତି।”

ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଥମଥର କାନାଡା ଯାଇଥିବା ମୋଦି ସେଠାରୁ କ୍ରୋଏସିଆ ଗସ୍ତ କରିବେ। ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି କ୍ରୋଏସିଆ ଗସ୍ତ କରୁଛନ୍ତି। କାନାଡାରୁ ସେ ସିଧା କ୍ରୋଏସିଆ ଯିବେ। ଏଥିପାଇଁ ସେ ଟ୍ରମ୍ପଙ୍କ ଆମେରିକା ନିମନ୍ତ୍ରଣ ପ୍ରସ୍ତାବକୁ ଗ୍ରହଣ କରି ପାରି ନାହାନ୍ତି।

Advertisment

ଇରାନ-ଇସ୍ରାଏଲ ଯୁଦ୍ଧକୁ ଦୃଷ୍ଟିରେ ରଖି ଟ୍ରମ୍ପ ଜି-୭ ଶିଖର ସମ୍ମିଳନୀରୁ ଆଗୁଆ ଆମେରିକା ଚାଲି ଯାଇଥିଲେ। କିନ୍ତୁ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ସେ ଓ ପ୍ରଧାନମନ୍ତ୍ରୀ ମୋଦି ୩୫ ମିନିଟ ଧରି ଫୋନରେ କଥା ହୋଇଛନ୍ତି। ଜି-୭ ସମ୍ମିଳନୀ ସମୟରେ ଦୁଇ ନେତା ପରସ୍ପର ସହ ୱାନ ଟୁ ୱାନ ଆଲୋଚନା କରିବାର ଥିଲା। କିନ୍ତୁ ଏହା ସମ୍ଭବ ହୋଇ ନଥିବାରୁ ଉଭୟ ଫୋନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ସମୟରେ ମୋଦି ନିକଟରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ସମ୍ପର୍କରେ ଟ୍ରମ୍ପଙ୍କୁ ଅବଗତ କରାଇଛନ୍ତି। ସେହିପରି ଭାରତ-ପାକିସ୍ତାନ ପ୍ରସଙ୍ଗରେ ସେ କୌଣସି ପକ୍ଷର ମଧ୍ୟସ୍ଥତା ଚାହୁଁ ନଥିବା ଟ୍ରମ୍ପଙ୍କୁ ଜଣାଇ ଦେଇଛନ୍ତି।

କ୍ୱାଡ ଦେଶ ମାନଙ୍କର ବୈଠକ ଭାରତରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବାକୁ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଫୋନ ଯୋଗେ ନିମନ୍ତ୍ରଣ କରିଥିଲେ। ଏହାକୁ ଟ୍ରମ୍ପ ଗ୍ରହଣ କରିଥିବା ଜଣାପଡ଼ିଛି। ମିସ୍ରି ଏ ସମ୍ପର୍କରେ କହିଛନ୍ତି, “ନିମନ୍ତ୍ରଣକୁ ରକ୍ଷା କରିବା ପରେ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ସେ ଭାରତ ଆସିବାକୁ ବେଶ ଉତ୍ସାହିତ।”

PM Modi Donald Trump Canada G7 Summit Quad Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe