Advertisment

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, ମାନବୀୟ ସହାୟତା ଜାରି ରହିବ ବୋଲି କହିଲେ

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ନିୟମିତ ଭାବେ ପାଲେଷ୍ଟାଇନର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ଜାରି ରଖିବ ବୋଲି ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

author-image
Hemant Lenka
PM Modi

PM Modi

ଇସ୍ରାଏଲ ଓ ହମାସ ଆତଙ୍କବାଦୀମାନଙ୍କ ଲଢ଼େଇ ଭିତରେ ଅନେକ ନୀରିହ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ବିଶେଷ କରି ଗାଜାର ହସ୍ପିଟାଲରେ ହୋଇଥିବା ଭୟଙ୍କର ହମଲା ପୂରା ବିଶ୍ୱକୁ ଥରାଇ ଦେଇଛି।

Advertisment

ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲେଷ୍ଟାଇନ ପ୍ରାଧିକରଣ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ କଥା ହୋଇଛନ୍ତି। ଗାଜା ହସ୍ପିଟାଲ ବୋମା ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସେ ରାଷ୍ଟ୍ରପତି ଆବ୍ବାସଙ୍କ ଆଗରେ ଶୋକ ମଧ୍ୟ ପ୍ରକାଶ କରିଛନ୍ତି।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ନିୟମିତ ଭାବେ ପାଲେଷ୍ଟାଇନର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ଜାରି ରଖିବ ବୋଲି ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ସୋଶାଲ ମିଡିଆ ଏକ୍ସରେ କହିଛନ୍ତି ଯେ “ପାଲେଷ୍ଟାଇନ ପ୍ରାଧିକରଣ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ କଥାବାର୍ତ୍ତା ହୋଇଛି। ଏହି ସମୟରେ ଗାଜାର ଅଲ ଅହିଲ ହସ୍ପିଟାଲରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୋର ସମବେଦନା ଜ୍ଞାପନ କରିଛି।

ଆମେ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ମାନବୀୟ ସହାୟତା ଜାରି ରଖିବୁ। ଆତଙ୍କବାଦ, ହିଂସା ଓ ବିଗୁଡ଼ୁଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମର ଗଭୀର ଚିନ୍ତା ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଇଛି। ଇସ୍ରାଏଲ ଓ ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତ ଲମ୍ବା ସମୟ ଧରି ରଖିଥିବା ଆଭିମୁଖ୍ୟକୁ ମୁଁ ପୁଣି ଥରେ ଦୋହରାଇଛି।”

ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ହମାସ ଆତଙ୍କବାଦୀମାନେ ହଠାତ୍‌ ହଜାର ହଜାର ରକେଟ ମାଡ଼ କରିବାରୁ ଇସ୍ରାଏଲ ଏବେ ଗାଜା ଠାରୁ ଆରମ୍ଭ କରି ବିଭନ୍ନ ସ୍ଥାନରେ କାଉଣ୍ଟର ଆଟାକ ଆରମ୍ଭ କରିଛି।

ଏଥିଯୋଗୁ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇବାରେ ଲାଗିଛନ୍ତି। ଏସବୁ ଭିତରେ ଗାଜାରେ ଥିବା ହସ୍ପିଟାଲରେ ହଠାତ ରକେଟ ମାଡ଼ ପୂରା ଯୁଦ୍ଧକୁ ଆହୁରି ଭୟଙ୍କର କରି ଦେଇଛି। ହମାସ ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଛି। କିନ୍ତୁ ଇସ୍ରାଏଲ ଏହାକୁ ଖଣ୍ଡନ କରିଛି।

PM Modi Palestinian Militants Palestine War Israel-Palestine War