Advertisment

ରାଷ୍ଟ୍ରୀୟ ରୋଜଗାର ମେଳାରେ ଆଉ ୭୧ ହଜାର ପାଇଲେ ନିଯୁକ୍ତି ପତ୍ର

ଆଜି ରାଷ୍ଟ୍ରୀୟ ରୋଜଗାର ମେଳାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷ୍ଟ୍ରାଟଅପଗୁଡ଼ିକ ଯୋଗୁ ୪୦ ଲକ୍ଷରୁ ଅଧିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଚାକିରି ସୁଯୋଗ ସୃଷ୍ଟି ହୋଇଛି।

author-image
Hemant Lenka
PM Modi

PM Modi

ରାଷ୍ଟ୍ରୀୟ ରୋଜଗାର ମେଳାରେ ଆଜି ଆଉ ୭୧ ଜଣଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାରେ ଭାଗ ନେଇ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ସମସ୍ତଙ୍କୁ ନିଯୁକ୍ତି ମିଳିଛି। ଏହାପୂର୍ବରୁ ମଧ୍ୟ ରାଷ୍ଟ୍ରୀୟ ନିଯୁକ୍ତି ମେଳାରେ ଯୁବକଯୁବତୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯାଇଥିଲା।

Advertisment

ଆଜି ରାଷ୍ଟ୍ରୀୟ ରୋଜଗାର ମେଳାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷ୍ଟ୍ରାଟଅପଗୁଡ଼ିକ ଯୋଗୁ ୪୦ ଲକ୍ଷରୁ ଅଧିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଚାକିରି ସୁଯୋଗ ସୃଷ୍ଟି ହୋଇଛି। ଯୁବଗୋଷ୍ଠୀଙ୍କ ପାଖରେ ଥିବା ପ୍ରତିଭାକୁ ଆଗକୁ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ରାଷ୍ଟ୍ରୀୟ ରୋଜଗାର ମେଳା ଦର୍ଶାଉଛି। ଏହି ମେଳା ଜରିଆରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି ଯେ “ଭାରତରେ ଷ୍ଟ୍ରାଟଅପ ସଂସ୍କୃତି ଏବେ ଅନେକ ସୁଯୋଗ ସୃଷ୍ଟି କରିଛି। ପୂରା ବିଶ୍ୱରେ ଭାରତର ଅର୍ଥନୀତି ସବୁଠାରୁ ଦ୍ରୁତଗତିରେ ଅଭିବୃଦ୍ଧି ହେଉଛି। ନୂଆ ଭାରତ ଆପଣାଇଥିବା ନୀତି ଓ ରଣନୀତି ନୂଆ ସୁଯୋଗ ଓ ନୂଆ ସମ୍ଭାବନା ସୃଷ୍ଟି କରିଛି।”

Advertisment

ବୈଶାଖୀ ଦିନ ଆଜି ୭୦ ହଜାରରୁ ଅଧିକ ଯୁବକଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। ଏନଡିଏ ସରକାର ଓ ବିଜେପି ଶାସିତ ରାଜ୍ୟରେ ଯୁବଗୋଷ୍ଠୀଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ଚାଲିଛି। ମଧ୍ୟପ୍ରଦେଶରେ ୨୨ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଗତକାଲି ହିଁ ସମସ୍ତେ ନିଯୁକ୍ତିପତ୍ର ପାଇଛନ୍ତି ବୋଲି ମୋଦି କହିଛନ୍ତି।

ପ୍ରତିରକ୍ଷା କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ମୋଦି କହିଛନ୍ତି, “ଭାରତ ଏବେ ୧୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିଛି। ପୂର୍ବରୁ ଦେଶକୁ କେବଳ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କରାଯାଉଥିଲା। ଆମେ ନିଜର ଉତ୍ପାଦନକାରୀ ସଂସ୍ଥା ଉପରେ ଭରସା କରୁ ନଥିଲେ। ହେଲେ ଆମ ସରକାର ସେହି ଆଭିମୁଖ୍ୟକୁ ବଦଳାଇ ପାରିଛନ୍ତି। ଆମ ସେନାବାହିନୀ ମେଡ୍‌ ଇନ ଇଣ୍ଡିଆର ୩୦୦ରୁ ଅଧିକ ସାମଗ୍ରୀ ଓ ଯୁଦ୍ଧାସ୍ତ୍ର ବ୍ୟବହାର କରୁଛନ୍ତି। ଭାରତ ବିଦେଶକୁ ମଧ୍ୟ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛି।”

ସେ ଆହୁରି କହିଛନ୍ତି, ୨୦୧୪ ଯାଏ ଦେଶରେ ୭୪ଟି ଏୟାରପୋର୍ଟ ଥିଲା। ହେଲେ ଏବେ ଏହି ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଏୟାରପୋର୍ଟ ସଂଖ୍ୟା ବୃଦ୍ଧି ପାଇଥିବାରୁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

PM Modi Rozgar Mela