Advertisment

ଭିଡିଓ କନଫରେନ୍ସିଂରେ ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ଯୁବ ପ୍ରତିଭାଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି।

author-image
Hemant Lenka
Narendra Modi

Narendra Modi

ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ି ଚାଲିଥିବା ବେଳେ ମହଙ୍ଗା ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗିବାକୁ ବସିଲାଣି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ଯୁବ ପ୍ରତିଭାଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆୟୋଜିତ ବିଶାଳ ରୋଜଗାର ମେଳା କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ଯୋଗ ଦେଇଥିଲେ। ଏହି ସମୟରେ ସେ ପୂର୍ବରୁ ଚାକିରି ପାଇଥିବା ଯୁବକଯୁବତୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ଏହାପରେ ସେ ଆଉ ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିଥିଲେ।

Advertisment

ନୂଆ କରି ଚାକିରି ପାଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି। ସେମାନେ ମଧ୍ୟ କର୍ମଯୋଗୀ ପରବ୍ରହ୍ମ ମଡ୍ୟୁଲ ସମ୍ପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି। କର୍ମଯୋଗୀ ପରବ୍ରହ୍ମ ମଡ୍ୟୁଲ ହେଉଛି ନିଯୁକ୍ତି ପାଉଥିବା ପିଲାମାନଙ୍କ ପାଇଁ ଗୋଟିଏ ଅନଲାଇନ ଓରିଏଟେସନ କାର୍ଯ୍ୟକ୍ରମ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଏପରି ବ୍ୟବସ୍ଥା କରାଯାଇଛି। 

ସରକାର କହିଛନ୍ତି ଯେ “ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ଦିଗରେ ରୋଜଗାର ମେଳା ଗୋଟିଏ ବଡ଼ ପଦକ୍ଷେପ। ରୋଜଗାର ମେଳା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦେଶ ବିକାଶରେ ଦକ୍ଷ ପ୍ରତିଭାଙ୍କୁ ଆଗକୁ ଆଣିବାରେ ସହାୟକ ହେବ।”

Advertisment

ସମଗ୍ର ଦେଶରୁ ନୂଆ ଯୁବ ପ୍ରତିଭାଙ୍କୁ ରୋଜଗାର ମେଳାରେ ନିଯୁକ୍ତିପତ୍ର ଦିଆଯାଉଛି। ଜୁନିଅର ଇଞ୍ଜିନିୟର୍ସ, ଲୋକୋ ପାଇଲଟ, ଟେକ୍ନିସିଆନ୍ସ, ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, କନଷ୍ଟେବଲ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଗ୍ରାମୀଣ ଡାକ ସେବ, ଆୟକର ଇନ୍ସପେକ୍ଟର, ନର୍ସ, ଡାକ୍ତର, ସାମାଜିକ ସୁରକ୍ଷା, ପିଏ, ଏମଟିଏମ ଭଳି କ୍ଷେତ୍ରରେ ନିଯୁକ୍ତି ଦିଆଯାଉଛି।

Narendra Modi PM Modi Rozgar Mela