Advertisment

୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ମୋଦି

ଦୀର୍ଘ ୪୫ ଘଣ୍ଟା ପରେ ଆଜି ସେ ଧ୍ୟାନରୁ ଉଠିଛନ୍ତି।

author-image
Hemant Lenka
PM Modi

PM Modi

ଶେଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଅର୍ଥାତ ମେ’ ୩୦ ବିଳମ୍ବିତ ସନ୍ଧ୍ୟାରୁ ମୋଦି କନ୍ୟାକୁମାରୀର ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନରେ ବସିଥିଲେ।

Advertisment

ଦୀର୍ଘ ୪୫ ଘଣ୍ଟା ପରେ ଆଜି ସେ ଧ୍ୟାନରୁ ଉଠିଛନ୍ତି। ଦିନ ପ୍ରାୟ ୧.୩୦ରେ ଧ୍ୟାନରୁ ଉଠିଥିବା ମୋଦି ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହାପରେ ଡଙ୍ଗାରେ ଯାଇ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତିକୁ ଦେଖିଥିଲେ। ଶେଷରେ ସେ ସ୍ୱତନ୍ତ୍ର ହେଲିକପ୍ଟରରେ କନ୍ୟାକୁମାରୀରୁ ଥିରୁଅନନ୍ତପୁରମ ଆସିଥିଲେ। ସେଠାରୁ ବିମାନ ଯୋଗୁ ସେ ଦିଲ୍ଲୀ ଫେରିଛନ୍ତି।

ଧ୍ୟାନର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟ ଦେବତାଙ୍କ ପୂଜା କରିଥିଲେ। ଭୋର ସମୟରେ ସେ ହାତରେ ଜପା ମାଳି ଧରି ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରିଥିଲେ। ଏହାପରେ ସେ ପୁଣି ଧ୍ୟାନରେ ବସିଥିଲେ। 

Advertisment

ମୋଦି ମେ’ ୩୦ ତାରିଖ ସନ୍ଧ୍ୟାରୁ ବିବେକାନନ୍ଦ ରକ ମେମୋରିଆଲରେ ଥିବା ଧ୍ୟାନ ମଣ୍ଡପମରେ ଧ୍ୟାନ ଆରମ୍ଭ କରିଥିଲେ। ଏହି ସ୍ଥାନରେ ଏକଦା ସ୍ୱାମୀ ବିବେକାନନ୍ଦ ୧୮୯୨ରେ ଦୀର୍ଘ ୩ ଦିନ ଧରି ଧ୍ୟାନ କରିଥିଲେ। ଉକ୍ତ ସ୍ଥାନରେ ମଧ୍ୟ ମୋଦି ଧ୍ୟାନ କରିଛନ୍ତି। ୪୫ ଘଣ୍ଟା ଧରି ଧ୍ୟାନ କରିଥିବା ମୋଦି କେବଳ ତରଳ ଖାଦ୍ୟ ହିଁ ଖାଇଥିଲେ।

ଧ୍ୟାନ ମଣ୍ଡପମ ଓ ବିବେକାନନ୍ଦ ରକ ମେମୋରିଆଲ ସମୁଦ୍ର ଉପକୂଳ ଠାରୁ ୫୦୦ ମିଟର ଭିତରେ ରହିଛି। ମୋଦି ଡଙ୍ଗା ଯୋଗୁ ସେଠାରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଥିଲେ। ଏହାପୂର୍ବରୁ ସେ ଥିରୁଅନନ୍ତପୁମରେ ଗୁରୁବାର ପହଞ୍ଚିବା ପରେ ଭଗବତୀ ଅମନ ମନ୍ଦିରରେ ବେଶ କିଛି ସମୟ ଧରି ପୂଜାର୍ଚ୍ଚନା କରିଥିଲେ।

ଧଳା ରଙ୍ଗର ଧୋତି ଓ ଶାୱଲ ପରିଧାନ କରିଥିବା ମୋଦି ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ପରେ କନ୍ୟାକୁମାରୀ ଠାରେ ଥିବା ବିବେକାନ୍ଦ ରକ ମେମୋରିଆଲ ଠାରେ ପହଞ୍ଚିଥିଲେ। ସେଠାରେ ସେ ରାମକୃଷ୍ଣ ପରମହଂସଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହାପରେ ସମୁଦ୍ର ଉପକୂଳରୁ ୫୦୦ ମିଟର ଦୂରରେ ଥିବା ବିବେକାନନ୍ଦ ରକ ମେମୋରିଆଲରେ ମୋଦି ଧ୍ୟାନ ଆରମ୍ଭ କରିଥିଲେ।

କନ୍ୟାକୁମାରୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ହେଉଛି ବିବେକାନନ୍ଦ ରକ ମେମୋରିଆଲ। ଏହା ୧୯ଶ ଶତାବ୍ବୀର ଦର୍ଶନିକ ଓ ଲେଖକ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ନିର୍ମାଣ ହୋଇଛି। ଏହି ସ୍ମାରକୀ ନିକଟରେ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତି ନିକଟରେ ରହିଛି।

୨୦୧୯ ଲୋକସଭା ନିର୍ବାଚନର ଠିକ ଶେଷ ପର୍ଯ୍ୟାୟରେ ମୋଦି କେଦାରନାଥ ଗସ୍ତ କରିଥିଲେ। ସେଠାରେ ଥିବା ଗୋଟିଏ ଗୁମ୍ଫାରେ ସେ ଧ୍ୟାନରେ ବସିଥିଲେ। ୨୦୧୯ ମେ’ ୧୮ ତାରିଖରେ ମୋଦି ଉତ୍ତରାଖଣ୍ଡର ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ।

୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ଓ ମେ’ ୨୩ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହିପରି ୨୦୧୪ରେ ସେ ଶିବାଜୀଙ୍କ ପ୍ରତାଗଡ଼ ଗସ୍ତ କରିଥିଲେ।

PM Modi Lok Sabha Election 2024