Advertisment

ପୁଣି ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂରେ ଦେଶର ୮ମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ।

author-image
Hemant Lenka
Narendra Modi

Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଶୁଭାରମ୍ଭ ହୋଇଥିବା ଦୁଇଟି ବନ୍ଦେ ଏକ୍ସପ୍ରେସ ଟ୍ରେନ ଯଥାକ୍ରମେ ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ- ସାଇନଗର ମଧ୍ୟରେ ଯାତାୟାତ କରିବ। ଶୁଭରାମ୍ଭ କାର୍ଯ୍ୟକ୍ରମରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisment

ଆଜିର ୨ଟି ଟ୍ରେନକୁ ମିଶାଇ ମୁମ୍ବାଇରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଏହି ସଂଖ୍ୟା ୧୦ ଛୁଇଁଛି। ମହାରାଷ୍ଟ୍ରର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇରୁ ଗୁଜରାଟର ଗାନ୍ଧିଗନର ମଧ୍ୟରେ ଚଳାଚଳ କରୁଥିଲା। ଏବେ ରାଜ୍ୟରେ ଆଉ ୨ଟି ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। 

ଟ୍ରେନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସମୟ ଥିଲା ସାଂସଦମାନେ ସେମାନଙ୍କ ଅଞ୍ଚଳରେ ଥିବା ରେଳ ଷ୍ଟେସନରେ ବିଭିନ୍ନ ଟ୍ରେନକୁ ୧ରୁ ୨ ମିନିଟ୍‌ ରଖିବାକୁ ଚିଠି ଲେଖୁଥିଲେ। କିନ୍ତୁ ଏବେ ସାଂସଦମାନେ ଦେଖାହେଲେ ଗୋଟିଏ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି କରୁଛନ୍ତି। ଏଥିରୁ ଆଜିକା ଦିନରେ ବନ୍ଦେ ଭାରତର ଚାହିଦା କେତେ, ତାହା ସ୍ପଷ୍ଟ ହେଉଛି।”

Advertisment

ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂରେ ଦେଶର ୮ମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି ତେଲେଙ୍ଗାନାର ସିକନ୍ଦରାବାଦରୁ ଆନ୍ଧ୍ରର ବିଶାଖାପଟନମ ମଧ୍ୟରେ ଚଳାଚଳ କରୁଛି।

Narendra Modi PM Modi Vande Bharat Express