Advertisment

ଓଡ଼ିଶାରୁ ଶହଶହ କୋଟି ମିଳିବା ଘଟଣା: କଡ଼ାଗଣ୍ଡା ଆଦାୟ ହେବ କହିଲେ ମୋଦି

ବଲାଙ୍ଗିରର ସୁଦପଡ଼ା ଦେଶୀ ମଦ ଭାଟିରୁ ବୁଧବାର ପ୍ରାୟ ନଗଦ ୨୦୦କୋଟି ଟଙ୍କା ଆୟକର ବିଭାଗ ଜବତ କରିଥିଲା

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଝାରଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ ଠିକଣାରେ ଆୟକର ରେଡ ଜାରି ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ରେଡ୍‌ କହି ଶହଶହ କୋଟି ଟଙ୍କା ଜବତ କରି ସାରିଲାଣି। ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ ଓ ଅନ୍ୟାନ୍ୟ କମ୍ପାନୀ ଉପରେ ଆୟକର ଚଢ଼ଉରୁ ଆଖି ଖୋସି ହୋଇଯିବା ଭଳି ନଗଦ ଟଙ୍କା ମିଳିଛି।

Advertisment

ବଲାଙ୍ଗିରର ସୁଦପଡ଼ା ଦେଶୀ ମଦ ଭାଟିରୁ ବୁଧବାର ପ୍ରାୟ ନଗଦ ୨୦୦କୋଟି ଟଙ୍କା ଆୟକର ବିଭାଗ ଜବତ କରିଥିଲା। ସେହିପରି ଗୁରୁବାର ଆଉ ୫୦ରୁ ୬୦କୋଟି ଟଙ୍କା ଜବତ ହୋଇଛି। ତେବେ ଓଡ଼ିଶାରେ ଗ୍ରେନ୍ ବେସଡ୍ (ଶସ୍ୟ ଆଧାରିତ) ମଦ ପ୍ରସ୍ତୁତ କରୁଥିବା ଏକମାତ୍ର କମ୍ପାନୀ ବୌଦ୍ଧ ଡିଷ୍ଟିଲେରୀ କିଭଳି ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କା ଠୁଳ କରିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗୋଟିଏ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ୨୦୦ କୋଟି ଟଙ୍କା ଜବତ ନ୍ୟୁଜକୁ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିସହ ଜନତାଙ୍କ ଠାରୁ ଯାହା ବି ଲୁଟ ହୋଇଛି, ତା’ର କଡ଼ା ଗଣ୍ଡା ଆଦାୟ ହେବ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି, “ଦେଶବାସୀ ନୋଟର ବିଡ଼ାକୁ ଦେଖନ୍ତୁ ଓ ଏହାପରେ ତାଙ୍କ ନେତମାନଙ୍କ ’ସଚ୍ଚୋଟ ପଣିଆ’ର ଭାଷଣ ଶୁଣନ୍ତୁ। ଜନତାଙ୍କ ଠାରୁ ଯାହା ଲୁଟା ଯାଇଛି, ତାକୁ କଡ଼ା ଗଣ୍ଡା ଫେରାଇବାକୁ ପଡ଼ିବ। ଏହା ମୋଦିଙ୍କର ଗ୍ୟାରେଣ୍ଟୀ।”

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହାୱାଲା କାରବାର ନିମନ୍ତେ ଶହଶହ କଳାଟଙ୍କା ଠୁଳ କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଝାରଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାରର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରୀ କମ୍ପାନୀ ସମେତ ଅନ୍ୟ କମ୍ପାନୀଗୁଡ଼ିକ ଉପରେ କ୍ରମାଗତ ତୃତୀୟ ଦିନ ଆୟକର ଚଢ଼ଉ ଜାରି ରହିଛି।

ଆୟକର ଟିମ୍ ଓଡ଼ିଶାର ପ୍ରାୟ ୨୦ଟି ସ୍ଥାନ ସମେତ କୋଲକାତା ଓ ଝାରଖଣ୍ଡର ୨ଟି ଲେଖାଏ ସ୍ଥାନରେ ରେଡ କରୁଛନ୍ତି। ବୌଦ୍ଧ ଡିଷ୍ଟିଲେରୀର ସୁଦପଡ଼ା ଦେଶୀ ମଦ ଭାଟିରେ ଥିବା ଦୁଇଟି ଆଲମାରୀରୁ ନଗଦ ୨୦୦କୋଟି ଟଙ୍କା ମିଳିଥିଲା।

Odisha PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe