/odisha-reporter/media/media_files/2026/01/27/pm-modi-2026-01-27-11-53-44.jpg)
ଦୁଇ ଇୟୁ ନେତାଙ୍କ ସହ ମୋଦି
ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି ଭାରତ(India) ଓ ୟୁରୋପୀୟ ସଂଘ(ଇୟୁ)। ଏବେ ବାଣିଜ୍ୟ ଡିଲ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ଖୁବ କମ ସମୟ ମଧ୍ୟରୁ ଦୁଇ ପକ୍ଷ ଏହାର ବିଧିବଦ୍ଧ ଘୋଷଣା କରିବେ। ପ୍ରାୟ ୨୦ ବର୍ଷ ଧରି ଚାଲିଥିବା ଆଲୋଚନା ଆଜି ସଫଳ ରୂପ ନେବାକୁ ଯାଉଛି।
ଐତିହାସିକ ବାଣିଜ୍ୟ ଚୁକ୍ତି ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ଏହାକୁ ପ୍ରଶଂସା କରିଛନ୍ତି। ବିଶ୍ୱ ଜିଡିପିର ପ୍ରାୟ ୨୫% ସହ ମେଳ ଖାଉଥିବା ଏହି ବିଶାଳ ବୁଝାମଣା ଦୁଇ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ଉତ୍ପାଦନ କ୍ଷେତ୍ରକୁ ବଳ ଦେବ ଓ ସେବା କ୍ଷେତ୍ରକୁ ସମର୍ଥନ କରିବ ବୋଲି ମୋଦି କହିଛନ୍ତି।
ତାଙ୍କ କହିବା କଥା ଯେ ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତିକୁ ଦୁନିଆରର ଅନେକ ସବୁ ଚୁକ୍ତିର ଜନନୀ ରୂପରେ ଦେଖୁଛନ୍ତି ଓ ଏହା ଦୁଇ ପକ୍ଷର ବ୍ୟବସାୟ ଏବଂ ଲୋକମାନଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ।
ସେ କହିଛନ୍ତି, “ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଗୋଟିଏ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହେଉଛି। ବିଶ୍ୱର ଲୋକମାନେ ଏହାକୁ ସବୁ ଡିଲର ଜନନୀ କହି ଆଲୋଚନା କରୁଛନ୍ତି। ଏହି ବୁଝାମଣା ଭାରତର ୧.୪ ବିଲିୟ ଓ ୟୁରୋପୀୟ ଦେଶର କୋଟିକୋଟି ଲୋକଙ୍କ ପାଇଁ ଅନେକ ସୁଯୋଗ ଆଣିବ। ଭାରତର ଟେକ୍ସଟାଇଲ, ଜେମ୍ସ, ଜୁଏଲାରୀ ଓ ଚମଡ଼ା ଦ୍ରବ୍ୟକୁ ଏହା ବଳ ଦେବ।”
ବିଶ୍ୱର ଦୁଇ ବଡ଼ ଅର୍ଥନୀତିକ ଦେଶ ମଧ୍ୟରେ ଥିବା ସହଭାଗିତା ଏହି ଚୁକ୍ତିର ଏକ ଅବିସ୍ମରଣୀୟ ଉଦାହରଣ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, “ଏହି ଡିଲ ବିଶ୍ୱର ୨୫% ଜିଡିପିର ପ୍ରତିନିଧିତ୍ୱ କରୁଛି ଓ ଏହା ବିଶ୍ୱ ବାଣିଜ୍ୟର ଏକ ତୃତୀୟାଂଶ।
ଏହି ବୁଝାମଣା କେବଳ ବାଣିଜ୍ୟ ନୁହେଁ, ବରଂ ଗଣତନ୍ତ୍ର ଓ ବିଧିର ଶାସନ ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ। ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଡିଲ ଭାରତ-ବ୍ରିଟେନ ବାଣିଜ୍ୟ ଚୁକ୍ତିର ପ୍ରତୀକ। ଏହା ଉତ୍ପାଦନ କ୍ଷେତ୍ରକୁ ବୃଦ୍ଧି କରିବ ଓ ସେବା କ୍ଷେତ୍ରକୁ ସହାୟତା କରିବ।”
ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ବିଭିନ୍ନ ଜିନିଷ ଉପରେ ଲାଗୁ ଥିବା ଟାରିଫ ହ୍ରାସ ପାଇବ। ତେବେ ଏହି ଡିଲରୁ ସମ୍ଭବତଃ କୃଷି ଜାତୀୟ ଦ୍ରବ୍ୟକୁ ବାଦ ଦିଆଯାଇଛି। ଟାରିଫ ହ୍ରାସ ହେଲେ ଇୟୁ ଭାରତୀୟ ବଜାରରେ ନିଜ କାରଗୁଡ଼ିକକୁ ଅଧିକ ଶସ୍ତାରେ ବିକ୍ରି କରି ନିଜର ବ୍ୟବସାୟକୁ ଅଧିକ ମଜବୁତ କରିପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
