Advertisment

Temple Flag Hoisting: ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଶ୍ରୀରାମ ମନ୍ଦିରର ଚୂଡ଼ାରେ ଲାଗିଥିବା ଗେରୁଆ ରଙ୍ଗର ପତାକାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହାର ଉଚ୍ଚତା ୧୦ ଫୁଟ ହୋଇଥିବା ବେଳେ ଲମ୍ବ ୨୦ ଫୁଟ। ତ୍ରିକୋଣୀୟ ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟର ଛବି ରହିଛି, ଯାହା ଭାଗବାନ ରାମଙ୍କ ପ୍ରତିଭା ଓ ବୀରତାକୁ ଦର୍ଶାଉଛି।

PM-Modi

pm modi

Advertisment

ଅଯୋଧ୍ୟା(Ayodhya)ର ଶ୍ରୀରାମ ମନ୍ଦିରରେ ଉଡ଼ିଛି ଧର୍ମଧ୍ୱଜା। ବିରାଟକାୟ ଧର୍ମଧ୍ୱଜାଙ୍କୁ ବିଧିବଦ୍ଧ ଭାବେ ମନ୍ଦିରର ଚୂଡ଼ାରେ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପବିତ୍ର ଧ୍ୱଜା ଆରୋହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ପତାକା ସ୍ଥାପନ କରି ରାମ ମନ୍ଦିର ନିର୍ମାଣ କାମ ଶେଷ ହୋଇଥିବା ନିଶ୍ଚିତ କରିଛନ୍ତି। 

Advertisment

ଶ୍ରୀରାମ(Ayodhya Ram Temple) ମନ୍ଦିରର ଚୂଡ଼ାରେ ଲାଗିଥିବା ଗେରୁଆ ରଙ୍ଗର ପତାକାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହାର ଉଚ୍ଚତା ୧୦ ଫୁଟ ହୋଇଥିବା ବେଳେ ଲମ୍ବ ୨୦ ଫୁଟ। ତ୍ରିକୋଣୀୟ ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟର ଛବି ରହିଛି, ଯାହା ଭାଗବାନ ରାମଙ୍କ ପ୍ରତିଭା ଓ ବୀରତାକୁ ଦର୍ଶାଉଛି। ଏଥିସହ ପତାକାରେ ଓମ ସହ କାଞ୍ଚନ ଗଛର ଛବିକୁ ଖୋଦେଇ କରାଯାଇଛି।

ପୂର୍ବ ପରମ୍ପରା ଅନୁସାରେ ଧ୍ୱଜାକୁ ଧର୍ମର ବିଜୟ ଭାବେ ବିଚାର କରାଯାଏ। ଅଧର୍ମ ଉପରେ ଧର୍ମର ଜୟ ହେବା ପରେ ପତାକା ଉଡ଼ିଥାଏ। ଆଜି ସେଭଳି କିଛି ଢଙ୍ଗରେ ଶ୍ରୀରାମ(Ayodhya Ram Mandir) ମନ୍ଦିରରେ ବିରାଟକାୟ ପତାକାକୁ ସ୍ଥାପନ କରାଯାଇଛି। ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ୱଜାରୋହଣ ଉତ୍ସବରେ ଓ ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ୱଜା ସ୍ଥାପନା ହୋଇଛି। ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି ହୋଇଛି। ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଏହି ଧର୍ମଧ୍ୱଜା। 

Advertisment

ମନ୍ଦିରର ଶିଖରରେ ପତାକା ସ୍ଥାପନ କରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଆଗରେ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଧର୍ମଧ୍ୱଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ। ଧର୍ମଧ୍ୱଜା ପ୍ରତିଶ୍ରୁତି ପାଳନର ପ୍ରତୀକ। ଏହି ପତାକା ଏକ ସଂକଳ୍ପ, ଏକ ସଫଳତା ଓ ସଂଘର୍ଷରୁ ସୃଷ୍ଟି ହୋଇଥିବା କାହାଣୀ। ଏହା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଥିବା ସଂଘର୍ଷର ଓ ସାଧନାର ରୂପ।

ଏହି ଧ୍ୱଜା ଭଗବାନ ରାମଙ୍କ ମୂଲ୍ୟବୋଧକୁ ବଜାୟ ରଖି ଚାଲିବ। କୌଣସି ଭେଦଭାବ ନାହିଁ। କୌଣସି ଦୁଃଖ ନାହିଁ। କେବଳ ଶାନ୍ତି ଓ ସୁଖର ପ୍ରତୀକ। ସତ୍ୟ ହିଁ ଧର୍ମ। ଦାରିଦ୍ର୍ୟ ନାହିଁ ଓ କେହି ଅସହାୟ ନୁହନ୍ତି। ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡ଼ା ଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ କରାଯିବ। ଆମେ ନ ଥିଲା ବେଳେ ଏହି ଦେଶ ଥିଲା। ତେଣୁ ଆମକୁ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ହେଉଛି ଲୋକତନ୍ତ୍ରର ଜନନୀ। ଏହା ଆମ DNAରେ ରହିଛି। ଏହି ଧ୍ୱଜା ଦୂରରୁ ହିଁ ରାମଲଲାଙ୍କ ଜନ୍ମଭୂମିର ଏକ ଝଲକ ଦେଖାଇବ।

 ଯୁଗ ଯୁଗ ଧରି ଏହି ଧ୍ୱଜା ମାନବଜାତିକୁ ଶ୍ରୀରାମଙ୍କ ପ୍ରେରଣା ପହଞ୍ଚାଇବ। ଏହି ଅବିସ୍ମରଣୀୟ ମୁହୂର୍ତ୍ତରେ ସମସ୍ତ ଭକ୍ତଙ୍କୁ ମୁଁ ପ୍ରଣାମ କରୁଛି। ରାମ ମନ୍ଦିର ନିର୍ମାଣରେ ଯେଉଁମାନେ ଯେକୌଣସି ଭାବେ ଯୋଗଦାନ ଦେଇଛନ୍ତି, ସେମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ନିର୍ମାଣରେ ନିଯୁକ୍ତ ପ୍ରତ୍ୟେକ ଶ୍ରମିକ, କାରିଗର ଓ ସ୍ଥପତିଙ୍କୁ ଅଭିନନ୍ଦନ। ଯିଏ କେବଳ ବର୍ତ୍ତମାନର ଚିନ୍ତା କରେ, ଆଗାମୀ ପିଢ଼ିଙ୍କ ସହିତ ଅନ୍ୟାୟ କରେ। ଆମକୁ ଭବିଷ୍ୟତ ପିଢ଼ିଙ୍କ ବିଷୟରେ ମଧ୍ୟ ଭାବିବାକୁ ହେବ। ଶ୍ରୀରାମ ଆମ ସହିତ ଭାବାବେଗରେ ଯୋଡ଼ି ହୁଅନ୍ତି, ଭେଦଭାବରେ ନୁହନ୍ତି।

ତାଙ୍କ ପାଇଁ ଭକ୍ତି ଗୁରୁତ୍ୱପୂର୍ଣ୍ଣ, ବଂଶ ନୁହେଁ; ସହଯୋଗ ଗୁରୁତ୍ୱପୂର୍ଣ୍ଣ। ଆଜି ଅଯୋଧ୍ୟାରେ ଏକ ଐତିହାସିକ ମୁହୂର୍ତ୍ତ ଜୀବନ୍ତ ହୋଇ ଉଠିଛି। ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାରେ ଏକ ଭିନ୍ନ ଯୋଗଦାନ ରଖୁଛି। ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବର ଏହି ମୁହୂର୍ତ୍ତ ଅନନ୍ୟ ଓ ଅସାଧାରଣ। ଏହି ଧର୍ମଧ୍ୱଜା କେବଳ ଏକ ପତାକା ନୁହେଁ, ଏହା ଭାରତୀୟ ସଭ୍ୟତାର ପୁନର୍ଜାଗରଣର ପତାକା। ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହୋଇଛି। ଶତାବ୍ଦୀର ସଂକଳ୍ପ ଆଜି ପୂରଣ ହୋଇଛି।”

Ayodhya Ram Mandir Ayodhya Ayodhya Ram Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe