Advertisment

ଜମ୍ମୁ କଶ୍ମୀରରେ ବଢ଼ୁଛି ଆତଙ୍କୀ କାର୍ଯ୍ୟକଳାପ, ଜରୁରୀ ବୈଠକ କଲେ ପ୍ରଧାନମନ୍ତ୍ରୀ

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ।

PM Modi

PM Modi

Advertisment

ଜମ୍ମୁ କଶ୍ମୀରେ ବଢୁଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜରୁରୀ ବୈଠକ ବସିଛି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଜମ୍ମୁ କଶ୍ମୀରରେ ସୁରକ୍ଷା ସମ୍ବନ୍ଧୀୟ ପରିସ୍ଥିତି ସହ ସୁରକ୍ଷାକର୍ମୀମାନେ କିପରି ଭାବେ ଆତଙ୍କବାଦ ପ୍ରତିହତ ପାଇଁ କି କି ପ୍ରସ୍ତୁତି କରିଛନ୍ତି ସେ ଉପରେ ସମୀକ୍ଷା କରିଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କୁ ସଶସ୍ତ୍ର ୂବାହିନୀର ସମସ୍ତ ସ୍ପେକ୍ଟ୍ରମ ନିୟୋଜିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀ ପ୍ରଧାନମନ୍ତ୍ରୀ ମଧ୍ୟ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଆତଙ୍କବାଦ ବିରୋଧ ପାଇଁ ସ୍ଥାନୀୟ ପ୍ରଶାସନ କି କି ପଦକ୍ଷେପ ନେଉଛି ସେନେଇ ପଚାରି ବୁଝିଛନ୍ତି। 

Advertisment

ପ୍ରକାଶ ଥାଉକି, କିଛି ଦିନ ହେବ ଜମ୍ମୁ କଶ୍ମୀରେ ଆତଙ୍କୀ ହମଲା ବୃଦ୍ଧି ପାଇଛି। ଗତକାଲି ଡୋଡା ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ସୈନିକ ଆହତ ହୋଇଛନ୍ତି। ଦୁଇ ଦିନ ମଧ୍ୟରେ ଡୋଡାରେ ଏହା ଦ୍ୱିତୀୟ ଘଟଣା ହୋଇଥିବା ବେଳେ ୪ ଦିନ ମଧ୍ୟରେ ଚତୁର୍ଥ।

ଏହା ପୂର୍ବରୁ ଜୁନ୍ ୯ରେ, ଯେଉଁଦିନ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ, ସେଦିନ ରିୟାସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। 

PM Modi J&K; Security Terror Attacks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe