Advertisment

ମହାଦେବଙ୍କୁ ମଧ୍ୟ ଛାଡ଼ିଲେନି, କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ବେଟିଂ ଆପ୍‌ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ଆସିବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM modi in durg

PM modi in durg

Advertisment

'ରାଜନୈତିକ ଦଳ ଗରିବଙ୍କୁ ବାଣ୍ଟିବା ପାଇଁ ନୂଆ ଷଡଯନ୍ତ୍ର ରଚୁଛି। ଜାତିବାଦର ବିଷ ବୁଣୁଛି। ଏମାନେ ମହାଦେବଙ୍କୁ ମଧ୍ୟ ଛାଡୁ ନାହାନ୍ତି।' ବେଟିଂ ଆପ୍‌ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ଆସିବା ପରେ କଂଗ୍ରେସକୁ ଟାର୍ଗେଟ କରି ଆଜି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଶନିବାର ଛତିଶଗଡର ଦୁର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆୟୋଜିତ ଏହି ରାଲିରେ ସେ ଛତିଶଗଡର ଭୁପେଶ ବାଘେଲ ସରକାର ଉପରେ ବର୍ଷିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗରିବ ଲୋକଙ୍କୁ ଭାଗ ଭାଗ କରିବା ଏବଂ ଜାତିବାଦର ବିଷ ବିସ୍ତାର କରିବା ପାଇଁ ରାଜନୈତିକ ଦଳ ନୂଆ ଷଡଯନ୍ତ୍ର କରୁଛନ୍ତି।

ବିଶେଷ ରୂପେ ମହାଦେବ ବ୍ୟାଟିଂ ଆପ୍ ସ୍କାମକୁ ନେଇ ଛତିଶଗଡରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଏମାନେ ମହାଦେବଙ୍କ ନାମକୁ ମଧ୍ୟ ଛାଡି ନାହାଁନ୍ତି। ଦୁଇ ହଜାର କୋଟି ଟଙ୍କାର ମନ ଦୁର୍ନୀତି, ୫୦୦ କୋଟି ଟଙ୍କାର ସିମେଣ୍ଟ ସ୍କାମ୍, ୫ ହଜାର କୋଟି ଟଙ୍କାର ଚାଉଳ ସ୍କାମ୍, ୧୩୦୦ କୋଟି ଟଙ୍କାର ଗୌଠାନ ସ୍କାମ, ୭୦୦ କୋଟି ଟଙ୍କାର ଡିଏମଏଫ ଦୁର୍ନୀତି। ଛତିଶଗଡକୁ ଲୁଟିବା ପାଇଁ କଂଗ୍ରେସ କୌଣସି ସୁଯୋଗ ଛାଡି ନାହିଁ ବୋଲି ମୋଦି କହିଛନ୍ତି।

Advertisment

ଏଥିସହ ଛତିଶଗଡରେ ଯଦି ବିଜେପି ସରକାରକୁ ଆସେ ତେବେ ଏଭଳି ଦୁର୍ନୀତର କଡା ଯାଞ୍ଚ କରାଯିବ। ଯେଉଁମାନେ ଆପଣଙ୍କ ଟଙ୍କା ଲୁଟ କରୁଛନ୍ତି ସେମାନଙ୍କୁ ଜେଲ ପଠାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଛତିଶଗଡରେ ବିଧାନସଭା ନିର୍ବାଚନ ନଭେମ୍ବର ୭ ଏବଂ ୧୭ରେ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ନକ୍ସଲ ପ୍ରଭାବିତ ବସ୍ତର ଡିଭିଜନର ସାତଟି ଜିଲ୍ଲା ଏବଂ ରାଜାନନ୍ଦଗାଓଁ, ମୋହଲା-ମନପୁର-ଅମ୍ବାଗଡ ଚୌକି, କବୀରଧାମ୍ ଏବଂ ଖୈରାଗଡ-ଚୁଇଖଦାନ-ଗଣ୍ଡାଇ ଜିଲ୍ଲାର ୨୦ଟି ଆସନରେ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବାକି ୭୦ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଡିସେମ୍ବର ୩ ତାରିଖରେ ଭୋଟ୍‌ ଗଣତି ହେବ।

Chhattisgarh Congress PM Modi Bhupesh Baghel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe