Advertisment

ସିଙ୍ଗାପୁରରେ ମୋଦି, ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Modi in Singapore

Modi in Singapore

Advertisment

ବ୍ରୁନେଇ ପରେ ସିଙ୍ଗାପୁରରେ ପିଏମ୍ ମୋଦି। ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ୱାଗତ ଜଣାଯାଇଛି। ଗସ୍ତର ଦ୍ୱିତୀୟ ଦିନରେ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

Advertisment

ଆଜି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସିଙ୍ଗାପୁର ପାର୍ଲାମେଣ୍ଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେମି କଣ୍ଡକ୍ଟର, ଡିଜିଟାଲ୍ ଟେକ୍ନୋଲୋଜି, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ନେଇ ଦୁଇ ଦେଶ ମଧ୍ୟରେ ହୋଇଛି ବୁଝାମଣା।

ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ପାର୍ଟନରସିପ୍ ସମ୍ବନ୍ଧରେ ମଧ୍ୟ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଉଭୟ ଦେଶ ସେମିକଣ୍ଡକ୍ଟର କ୍ଲଷ୍ଟର ବିକାଶ ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ଉପରେ ଧ୍ୟାନ ଦେବେ।

Advertisment

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଗତକାଲି ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିବା ପରେ ତାଙ୍କୁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ ଭବ୍ୟ ସ୍ୱାଗତ କରିଥିଲେ। ସେହିପରି ସିଙ୍ଗାପୁରରେ ସ୍ୱାଗତ ପାଇଁ ଆୟୋଜିତ ଭାରତୀୟ ପରମ୍ପରାର ନାଚଗୀତରେ ମୋଦି ଅଭିଭୂତ ହୋଇପଡ଼ିଥିଲେ। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟୁ ଓଡ଼ିଶୀ ଓ ଢୋଲ ବାଦ୍ୟ ଜରିଆରେ ମୋଦିଙ୍କ ସ୍ୱାଗତ କରିଥିଲେ ସିଙ୍ଗାପୁରବାସୀ। ଏହି ଅବସରରେ ମୋଦି ନିଜେ ମଧ୍ୟ ଢୋଲ ବଜାଇଥିବା ଦେଖିବାକୁ ମିଳିଥିଲା।

PM Modi Singapore PM Modi Visit Singapore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe