Advertisment

କ୍ୱାଡ ପାଇଁ ୨୧ରୁ ୨୩ ଯାଏ ଆମେରିକା ଯିବେ ମୋଦି, ଜାତିସଂଘକୁ ସମ୍ବୋଧନ କରିବେ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ।

PM Modi

PM Modi

Advertisment

ଆସନ୍ତ ୨୧ ତାରିଖରୁ ୨୩ ଯାଏ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୱାଡ ନେତାମାନଙ୍କ ୪ର୍ଥ ସମ୍ମିଳନୀରେ ଯୋଗ ଦେବାକୁ ସେ ଆମେରିକା ଯାଉଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ମହାସଭାକୁ ମଧ୍ୟ ସମ୍ବୋଧନ କରିବେ।

Advertisment

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ୱିଲମିଙ୍ଗଟନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। କ୍ୱାଡରେ ଭାରତ ବ୍ୟତୀତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତ।

ବୈଠକରେ କ୍ୱାଡ ବର୍ଷକ ମଧ୍ୟରେ କ’ଣ ସବୁ ହାସଲ କରିଛି, ତା’ ଉପରେ ଆଲୋଚନା ହେବ। ସେହିପରି ବିକାଶ ପାଇଁ ଆଗାମୀ ଦିନର ଏଜେଣ୍ଡାକୁ ଧାର୍ଯ୍ୟ କରାଯିବ। ୪ର୍ଥ କ୍ୱାଡ ସମ୍ମିଳନୀ ଆମେରିକା ଆୟୋଜନ କରୁଥିବା ବେଳେ ପରବର୍ତ୍ତୀ ସମ୍ମିଳନୀ ଭାରତ ହୋଷ୍ଟ କରିବ।

Advertisment

ସେପ୍ଟେମ୍ବର ୨୩ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ମହାସଭାରେ ଆୟୋଜିତ ‘ଭବିଷ୍ୟତର ସମ୍ମିଳନୀ’ ଶୀର୍ଷକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ଏଥିରେ ଅନେକ ବିଶ୍ୱ ନେତା ଯୋଗଦେବେ।

ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତାଙ୍କ ସହ ସାମୂହିକ ସ୍ୱାର୍ଥ ପାଇଁ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ନ୍ୟୁୟର୍କରେ ରହଣୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୨ରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ମଧ୍ୟ ଭେଟିବେ।

ସେ ଆମେରିକା ଭିତ୍ତିକ ବଡ଼ବଡ଼ କମ୍ପାନୀର ସିଇଓମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ସେତୁ ଭଳି କାର୍ଯ୍ୟ କରୁଥିବା ଅଂଶୀଦାରମାନଙ୍କ ସହ ମଧ୍ୟ ମୋଦି କଥା ହେବେ ବୋଲି କୁହାଯାଇଛି।

Joe Biden USA PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe