Advertisment

‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’

‘ପଶ୍ଚିମବଙ୍ଗବାସୀଙ୍କ ଏତେ ଭଲ ପାଇବା ଦେଖି ମୋ’ ହୃଦୟ ତରଳି ଯାଉଛି। କାରଣ ଏତେ ଭଲ ପାଇବା ମୁଁ କେବେ ମୋ’ ଜୀବନରେ ପାଇନି।’

PM Modi

PM Modi

Advertisment

‘ପଶ୍ଚିମବଙ୍ଗବାସୀଙ୍କ ଏତେ ଭଲ ପାଇବା ଦେଖି ମୋ’ ହୃଦୟ ତରଳି ଯାଉଛି। କାରଣ ଏତେ ଭଲ ପାଇବା ମୁଁ କେବେ ମୋ’ ଜୀବନରେ ପାଇନି। ଏପରି ଲାଗୁଛି ଯେପରି ପୂର୍ବ ଜନ୍ମରେ ମୁଁ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲି, ନଚେତ ଆସନ୍ତା ଜନ୍ମରେ ପଶ୍ଚିମବଙ୍ଗର କେଉଁ ମା’ କୋଳରେ ଜନ୍ମ ହେବି। ’

Advertisment

ଆଜି ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦାରେ ପ୍ରଚାର କରୁଛନ୍ତି। ମାଲଦାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏପରି ଏକ ସମୟ ଥିଲା ଯେବେ ପଶ୍ଚିମବଙ୍ଗ ଭାରତର ବିକାଶର ଇଞ୍ଜିନ ଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ।

ପୂର୍ବରୁ ବାମ ଦଳ ଓ ଏବେ ତୃଣମୂଳ କଂଗ୍ରେସ ପାର୍ଟି ଏହି ରାଜ୍ୟର ମହାନତାକୁ ମାଟିରେ ମିଶାଇ ସାରିଲେଣି। ସେମାନଙ୍କ ଯୋଗୁ ରାଜ୍ୟର ବିକାଶ ଗାଡ଼ି ଠପ୍‌ ହୋଇ ଗଲାଣି।

Advertisment

ମମତା ବାନାର୍ଜୀ ସରକାର ଅମଳରେ ରାଜ୍ୟର ବିକାଶଧାରା ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି। ମମତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏଠାରେ କେବଳ ଗୋଟିଏ ଘଟଣା ଘଟିଛି । ତାହା ହେଉଛି ହଜାରେ କୋଟିର ଦୁର୍ନୀତି। ଏଠାରେ ଏବେ କେବଳ ଭ୍ରଷ୍ଟାଚାରୀଙ୍କ ରାଜ୍‌ ଚାଲିଛି।

ପଶ୍ଚିମବଙ୍ଗକୁ ଏହି ଦୁର୍ଦ୍ଦିନରୁ ମୁକୁଳାଇବାକୁ ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ମୋଦି।

Bjp PM Modi West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe