Advertisment

ୟୁପିରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ଉଦ୍‌ଘାଟନ କଲେ ମୋଦି

ଫେବୃଆରୀ ୧୦-୧୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ଚାଲିବ।

Narendra Modi

Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ୨୦୨୩ ର ଉଦଘାଟନ କରିଛନ୍ତି। ଫେବୃଆରୀ ୧୦-୧୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଗ୍ଲୋବାଲ୍ ନିବେଶକ ସମ୍ମିଳନୀ ଚାଲିବ। ଏହା ଉତ୍ତରପ୍ରଦେଶ ସରକାର ପ୍ରଥମଥର ପାଇଁ ଏମିତି ଏକ ସମ୍ମିଳନୀର ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ଶିଳ୍ପପତି, ଏକାଡେମୀ, ଥିଙ୍କ ଟ୍ୟାଙ୍କ ଏବଂ ନେତାମାନେ ଏକାଠି ହେବେ। ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ଦେଶର ପ୍ରମୁଖ ଉଦ୍ୟୋଗପତି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ନିବେଶକ ସମ୍ମିଳନୀରେ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କାର ନିବେଶ ନେଇ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି। ଏହା ଦ୍ବାରା ଦୁଇ କୋଟି ରୋଜଗାରର ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ।

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଉତ୍ତରପ୍ରଦେଶ ଇତିହାସରେ ଏହା ପ୍ରଥମ ଥର ହେଉଛି, ଯେତେବେଳେ ସମସ୍ତ ୭୫ ଟି ଜିଲ୍ଲାରେ ଏକକାଳୀନ ପୁଞ୍ଜି ବିନିଯୋଗ କରାଯାଉଛି । ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ -୨୦୨୩ ରାଜ୍ୟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ସହ ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ସଂକଳ୍ପ ପୂରଣ କରିବ ବୋଲି ସେ କହିଛନ୍ତି। ବିଶ୍ୱ ନିବେଶକ ସମ୍ମିଳନୀ ଅବସରରେ ନିବେଶ ନେଇ ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟ, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିବେ । ୪୧ଟି ଦେଶର୪୦୦ ପ୍ରତିନିଧିଙ୍କୁ ମିଶାଇ ଏହି ସମ୍ମିଳନୀରେ ପ୍ରାୟ ୧୦ ହଜାର ପ୍ରତିନିଧି ଅଂଶ ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ଦେଶର ମନ୍ତ୍ରୀ ଏବଂ କୁଟନୀତିଜ୍ଞମାନେ ମଧ୍ୟ ଯୋଗଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱସମ୍ମିଳନୀ ମାଧ୍ୟମରେ ଲକ୍ଷ୍ନୌ ସମଗ୍ର ବିଶ୍ୱରେ ନିଜର ଉପସ୍ଥିତିକୁ ଜାହିର କରିପାରିବ । ଉତ୍ତରପ୍ରଦେଶରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ନିବେଶକ ଅଂଶ ଗ୍ରହଣ କରିବାର ସୁଯୋଗ ମଧ୍ୟ ଏହି ଅବସରରେ ପାଇବେ । ଉତ୍ତରପ୍ରଦେଶର ଯୁବବର୍ଗଙ୍କ ପାଇଁ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୋଦୀ କହିଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe