Advertisment

ଦିଲ୍ଲୀରେ ‘ଆଦି ମହୋତ୍ସବ’କୁ ଉଦଘାଟନ କଲେ ମୋଦି

ଏହି ଉତ୍ସବରେ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏକ ହଜାର ଆଦିବାସୀ କଳାକାର ଅଂଶଗ୍ରହଣ କରିଛନ୍ତି।

author-image
Tapas Behera
PM Modi inaugurates Aadi Mahotsav

PM Modi inaugurates Aadi Mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ସର୍ବବୃହତ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଦିବାସୀଙ୍କ ଉତ୍ପାଦ ମାଧ୍ୟମରେ ବିଭିନ୍ନ କଳା, କଳାକୃତି, ସଂଗୀତ ଏବଂ ସାଂସ୍କୃତିକ ପ୍ରଦର୍ଶନୀ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତର ବିବିଧତା ଏବଂ ଏହାର ମହାନତା ଏକତ୍ରିତ ହୋଇ ଆଜି ଏହାର ପରମ୍ପରାକୁ ଆଲୋକିତ କରୁଥିବା ମୁଁ ଅନୁଭବ କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନୂତନ ଭାରତ ସବକା ସାଥ୍ ସବକା ବିକାଶର ଦର୍ଶନ ଉପରେ କାର୍ଯ୍ୟ କରୁଛି।

Advertisment

ଏହି ଉତ୍ସବରେ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏକ ହଜାର ଆଦିବାସୀ କଳାକାର ଅଂଶଗ୍ରହଣ କରିଛନ୍ତି। ଏହି ମହୋତ୍ସବ ୨୭ ଯାଏଁ ଚାଲିବ ଏବଂ ଏହା ଆଦିବାସୀ ପରମ୍ପରା ସହ ଜଡିତ ସଂସ୍କୃତି, ହସ୍ତଶିଳ୍ପ, ବାଣିଜ୍ୟ ଏବଂ ପାରମ୍ପରିକ କଳାକୁ ପ୍ରଦର୍ଶନ କରିବ। ଆଦିବାସୀ ଉତ୍ପାଦକୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହିତ କରିବା ପାଇଁ ଆଦି ମହୋତ୍ସବ ଏକ ପ୍ରମୁଖ ପ୍ଲାଟଫର୍ମ।

ଏହି ମହୋତ୍ସବରେ ୧୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୩୯ଟି ବନ ଧନ ବିକାଶ କେନ୍ଦ୍ର ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ଏହି ଉତ୍ସବରେ ଆଦିବାସୀ ହସ୍ତତନ୍ତ, ଚିତ୍ର, ଅଳଙ୍କାର, ବାଉଁଶ, ଖାଦ୍ୟ, ପ୍ରାକୃତିକ ଦ୍ରବ୍ୟ ଏବଂ ଆଦିବାସୀ ରୋଷେଇ ବିକ୍ରୟ ଓ ପ୍ରଦର୍ଶିତ ହେଉଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀମାନଙ୍କର ସମୃଦ୍ଧ ଏବଂ ବିବିଧ ଐତିହ୍ୟ ୨୦୦ରୁ ଅଧିକ ଷ୍ଟଲରେ ପ୍ରଦର୍ଶିତ ହୋଇଛି।

Advertisment
India