Advertisment

ଜନ୍ମଦିନରେ 'ଯଶୋଭୂମି'ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଜନ୍ମଦିନରେ 'ଯଶୋଭୂମି' ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

Advertisment

ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଉପହାର। 'ଯଶୋଭୂମି' ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଟରନ୍ୟାସନାଲ କନଭେନସନ୍ ସମେତ 'ଯଶୋଭୂମି' ଏକ୍ସପୋ ସେଣ୍ଟରର ଉଦଘାଟନ କରିଛନ୍ତି।  

Advertisment

ଆଜି ଜନ୍ମଦିନ ଅବସରରେ ଦିଲ୍ଲୀର ଦ୍ୱାରକା ସେକ୍ଟର 21ରୁ 'ଯଶୋଭୂମି' ଦ୍ୱାରକା ଷ୍ଟେସନ 25କୁ ସମ୍ପ୍ରସାରିତ ହୋଇଥିବା ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱାରକା ସେକ୍ଟର 25 ରେ ନୂଆ ମେଟ୍ରୋ ଷ୍ଟେସନର ଉଦଘାଟନ ସହିତ 'ଯଶୋଭୂମି' ମଧ୍ୟ ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନ ସହିତ ସଂଯୁକ୍ତ ହେବ। 'ଯଶୋଭୂମି' ସମ୍ମିଳନୀ କେନ୍ଦ୍ରରେ ପହଞ୍ଚି ପିଏମ ମୋଦୀ କାରିଗରମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।

Advertisment
AUDITORIUMଅଡିଟୋରିଅମ୍

'ଯଶୋଭୂମି' ବିଶ୍ୱର ସର୍ବବୃହତ MICE (ମିଟିଂ, ଇନସେଣ୍ଟିଭ୍, କନଫରେନ୍ସ, ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରୁ ଗୋଟିଏ ହେବ। 73,000 ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ 15 ଟି ସମ୍ମିଳନୀ କକ୍ଷ ରହିଛି, ଯେଉଁଥିରେ ମୁଖ୍ୟ ଅଡିଟୋରିୟମ୍, ଏକ ବଲ୍ ରୁମ୍ ଏବଂ 13 ଟି ମିଟିଂ ରୁମ୍ ରହିଛି, ଯେଉଁଥିରେ ସମୁଦାୟ 11,000 ପ୍ରତିନିଧୀ ବସିପାରିବେ। ଏହାକୁ ଅତି ନିଖୁଣ ଭାବେ ସଜାଯାଇଛି। ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ। 

YashoBhumiଯଶୋଭୂମି

ବିଶ୍ୱକର୍ମା ପୂଜା ତଥା ଜନ୍ନଦିନ ଅବସରରେ ପ୍ରଧାନମନ୍ତ୍ରୀ ଏହି ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଦଘାଟନ ପାଇଁ କନଭେନସ ସେଣ୍ଟରକୁ ମେଟ୍ରୋରେ ଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କସହ ମଧ୍ୟ କଥାବାର୍ତ୍ତା କରିଛନ୍ତି।

PM Modi PM Modi Birthday YashoBhoomi Inauguration YashoBhoomi Convention Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe