Advertisment

ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ମୋଦିଙ୍କ ନିମନ୍ତ୍ରଣ

ନିକଟରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଥିଲା। ଏହି ସମୟରେ ଦିଲ୍ଲୀ ଆସିଥିବା ରାଷ୍ଟ୍ରପତି ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

author-image
Hemant Lenka
PM Modi

PM Modi

ଆସନ୍ତା ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କୁ ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ନିକଟରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଥିଲା। ଏହି ସମୟରେ ଦିଲ୍ଲୀ ଆସିଥିବା ରାଷ୍ଟ୍ରପତି ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

ଏତିକି ବେଳେ ମୋଦି ତାଙ୍କୁ ମୁଖ୍ୟ ଅତିଥି ଭାବେ ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଆଜି ଏ ସମ୍ପର୍କରେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି ସୂଚନା ଦେଇଛନ୍ତି। ତାବେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେବେ କି ନାହିଁ, ସେକଥା ଏରିକ କହି ନାହାନ୍ତି। 

Advertisment

ଏହାପୂର୍ବରୁ ଖବର ମିଳିଥିଲାଯେ ଭାରତ ସରକାର ସାଧାରଣତନ୍ତ୍ର ଦିବସରେ କ୍ୱାଡ ନେତାମାନଙ୍କୁ ନିମନ୍ତ୍ରଣ କରିବେ। ଭାରତ ଓ ଆମେରିକା ବ୍ୟତୀତ କ୍ୱାଡରେ ଅଷ୍ଟ୍ରେଲିଆ ଓ ଜାପାନ ରହିଛନ୍ତି। ଏହି ଦେଶଗୁଡ଼ିକର ମୁଖ୍ୟମାନଙ୍କୁ ଭାରତ ସରକାର ଅତିଥି ଭାବେ ନିମନ୍ତ୍ରଣ କରିବାକୁ ଯାଉଥିବା ଖବର ମିଳିଥିଲା।

୨୦୧୮ରେ ଭାରତ ସରକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଘରୋଇ କାର୍ଯ୍ୟକ୍ରମ ପାଇଁ ସେ ଆସି ପାରି ନଥିଲେ।

ସେହି ବର୍ଷ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଇଲସିସି ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ। ୨୦୧୫ରେ ବାରାକ ଓବାମା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Joe Biden PM Modi