/odisha-reporter/media/post_attachments/uploadimage/library/16_9/16_9_0/PM_Modi_1720967041.jpg)
PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରେକର୍ଡ କରିଛନ୍ତି। ଆଜି ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ସାମ୍ବିଧାନିକ ପଦରେ ଥିବା ବିଶ୍ୱରେ କୌଣସି ନେତାଙ୍କୁ ଏକ୍ସରେ ଏତେ ସଂଖ୍ୟକ ଲୋକ ଅନୁସରଣ କରିବା ପ୍ରଥମ ଘଟଣା। ଏହାର ଅର୍ଥ ମୋଦି ଏବେ ଅଧିକ ଫଲୋୟର୍ସ ରହିଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି।
ତେବେ ବିଶ୍ୱ ରାଜନେତାଙ୍କ ସର୍ବାଧିକ ଅନୁସରଣକାରୀ ତାଲିକାରେ ମୋଦି ୨ ନଂରେ ରହିଛନ୍ତି। ତାଙ୍କ ଠାରୁ ଅଧିକ ଲୋକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅନୁସରଣ କରୁଛନ୍ତି।
ଭାରତରେ ମୋଦି ଏହି ମାମଲାରେ ଅନ୍ୟ ରାଜନେତାଙ୍କ ତୁଳନାରେ ଯଥେଷ୍ଟ ଆଗରେ ରହିଛନ୍ତି। ତାଙ୍କ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨୬.୪ ନିୟୁତ ଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨୭.୫ ନିୟୁତ, ଅଖିଲେଶ ଯାଦବଙ୍କ ଫଲୋୟର୍ସଙ୍କ ସଂଖ୍ୟା ୧୯.୯ ନିୟୁତ, ମମତା ବାନାର୍ଜୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ୭.୪ ନିୟୁତ, ଲାଲୁ ଯାଦବଙ୍କ ଫଲୋୟର୍ସଙ୍କ ସଂଖ୍ୟା ୬.୩ ନିୟୁତ, ତେଜସ୍ୱୀ ଯାଦବଙ୍କ ଫଲୋୟର୍ସଙ୍କ ସଂଖ୍ୟା ୫.୨ ନିୟୁତ ଓ ଶରଦ ପାୱାରଙ୍କ ଫଲୋୟର୍ସଙ୍କ ସଂଖ୍ୟା ମାତ୍ର ୨.୯ ନିୟୁତ। ୧୦୦ ନିୟୁତ ଫଲୋୟର୍ସଙ୍କ ଠାରୁ ଏମାନେ ଯଥେଷ୍ଟ ପଛରେ ରହିଛନ୍ତି।
A hundred million on @X!
Happy to be on this vibrant medium and cherish the discussion, debate, insights, people’s blessings, constructive criticism and more.
Looking forward to an equally engaging time in the future as well. pic.twitter.com/Gcl16wsSM5
— Narendra Modi (@narendramodi) July 14, 2024
ସାମ୍ବିଧାନିକ ପଦରେ ଥିବା ବିଶ୍ୱ ନେତାଙ୍କ ମଧ୍ୟରେ ମୋଦି ୧ନଂରେ ଥିବା ବେଳେ ତାଙ୍କ ପଛକୁ ଜୋ ବାଇଡେନ(୩୮.୧ ନିୟୁତ), ରେସେପ ତାୟିପ ଏର୍ଡୋଗାନ(୨୧.୫ ନିୟୁତ), ଶେଖ ମହମ୍ମଦ(୧୧.୨ ନିୟୁତ) ଜଷ୍ଟିନ ଟ୍ରୁହୋ(୬.୫ ନିୟୁତ) ଓ ଜର୍ଜିଆ ମେଲୋନିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨.୪ ମିଲିୟନ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
