Advertisment

ରାଜସ୍ଥାନରେ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପ ଲଞ୍ଚ କଲେ ମୋଦି, ସ୍ୱାଗତ କଲେ ଗେହଲଟ

ଏହାକୁ ଲଞ୍ଚ କରିବା ପରେ ସେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମେଗା ପ୍ରକଳ୍ପ ଲଞ୍ଚ କରିଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ମଧ୍ୟ କରିଛନ୍ତି।

author-image
Hemant Lenka
PM Modi

PM Modi

ଆଉ କିଛି ମାସ ପରେ ଭୋଟ ଦେବ ରାଜସ୍ଥାନ। ଏହାପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁସ ହେଉଥିବା ରାଜସ୍ଥାନରେ ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ରାଜସ୍ଥାନର ନାଥଦୱାରାରେ ରୋଡ ଶୋ’ କରିବା ସହ ୫,୫୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ଲଞ୍ଚ କରିଛନ୍ତି।

Advertisment

ଏହାକୁ ଲଞ୍ଚ କରିବା ପରେ ସେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମେଗା ପ୍ରକଳ୍ପ ଲଞ୍ଚ କରିଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ମୁଁ ୫,୫୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦାଘାଟନ ଓ ଭିତ୍ତିଭୂମିର ଶିଳାନ୍ୟାଶ କରିଛି। ଏହି ସବୁ ବିକାଶମୂଳକ ପ୍ରକଳ୍ପ ପାଇଁ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆମ ସରକାର ରାଜସ୍ଥାନକୁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବାକୁ ଫୋକସ କରୁଛି।”

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି। ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ଆଜି ଜାତୀୟ ରାଜପଥ ଓ ରେଳବାଇ ପ୍ରକଳ୍ପ ଆରମ୍ଭ କରିଥିବାରୁ ମୁଁ ବହୁତ ଖୁସି। ଭଲ କାମ ରାଜସ୍ଥାନରେ ହେଉଛି।

ରାଜସ୍ଥାନରେ ଭଲ ରାସ୍ତା ରହିଛି। ପୂର୍ବରୁ ଆମେ ଗୁଜରାଟ ସହ ପ୍ରତିଯୋଗିତା କରୁଥିଲେ ଓ ଭାବୁଥିଲେ ଯେ ଆମେ ପଛରେ ରହିଛୁ। କିନ୍ତୁ ଏବେ ଆମେ ଆଗକୁ ବଢ଼ିପାରିଛୁ।”

ଆଜି ଲଞ୍ଚ ହୋଇଥିବା ପ୍ରକଳ୍ପ ପୂରା ଅଞ୍ଚଳରେ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ରାସ୍ତା ଓ ରେଳ ପ୍ରକଳ୍ପ ଦ୍ୱାରା ପରିବହନ ଠାରୁ ଆରମ୍ଭ କରି ଯାତାୟତ ବ୍ୟବସ୍ଥା ଅଧିକ ବିକଶିତ ହୋଇପାରିବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ରାଜସାମନ୍ଦ ଓ ଉଦୟପୁର ରାସ୍ତାକୁ ଦୁଇ ଲାଇନ ବିଶିଷ୍ଟ କରିବାକୁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ଉଦୟପୁର ରେଳ ଷ୍ଟେସନର ପୁନଃ ନବୀକରଣ କାମକୁ ମଧ୍ୟ ସେ ସବୁଜ ସଙ୍କେତ ଦେଇଛନ୍ତି।

PM Modi Ashok Gehlot Rajasthan