Advertisment

508 ରେଳ ଷ୍ଟେସନର ହେବ ପୁନର୍ବିକାଶ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

508 ରେଳ ଷ୍ଟେସନର ହେବ ପୁନର୍ବିକାଶ। ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ରେଳ ଯାତ୍ରାକୁ ନିରାପଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ। ଦେଶର 508 ରେଳ ଷ୍ଟେସନର ହେବ ପୁନର୍ବିକାଶ। ଏଥିପାଇଁ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ। ସମଗ୍ର ଦେଶରେ 508 ରେଳ ଷ୍ଟେସନର ପୁନର୍ବିକାଶ ହେବାକୁ ଥିବାବେଳେ ଏଥିରେ ଓଡିଶାର 25ଟି ରେଳ ଷ୍ଟେସନ ସାମିଲ ଅଛି। ଏଥିପାଇଁ ମୋଟ 25 ହଜାର କୋଟି ବ୍ୟୟ ଅଟକଳ ହୋଇଛି।

Advertisment

ଏହି 508 ରେଳ ଷ୍ଟେସନ୍ 27 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଛି। ଏଥିରୁ 450 ରୁ ଅଧିକ ରେଳ ଷ୍ଟେସନ୍ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 20ଟି ଅଞ୍ଚଳ ରହିଛି। ପୁନର୍ବିକାଶ କାର୍ଯ୍ୟ 2 ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ରେଳ ଇତିହାସରେ ନୂଆ ଅଧ୍ୟାୟ ଯୋଡିଛି। ଅମୃତକାଳ ଆରମ୍ଭରେ ଐତିହାସିକ କାର୍ଯ୍ୟ ପାଇଁ ମୁଁ ରେଳ ମନ୍ତ୍ରଣାଳୟକୁ ପ୍ରଶଂସା କରୁଛି ଏବଂ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଆମ ସହରର ପରିଚୟ ସହରର ରେଳ ଷ୍ଟେସନ ସହିତ ମଧ୍ୟ ଜଡିତ। ଯଦି କୌଣସି ପର୍ଯ୍ୟଟକ, ଘରୋଇ କିମ୍ବା ବିଦେଶୀ ଷ୍ଟେସନରେ ପହଞ୍ଚିବେ, ତେଣୁ ସହରର ପ୍ରଥମ ଚିତ୍ର ସୁନ୍ଦର ହେବ।'  

'ଦେଶର ମୋଟ 1300 ଷ୍ଟେସନ ମଧ୍ୟରୁ 508 ଷ୍ଟେସନକୁ ପୁର୍ବିକାଶ କରାଯିବ। ଏସବୁ ଷ୍ଟେସନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଭାରତ କେବଳ 9 ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ସ୍ୱିଡେନ, ବ୍ରିଟେନ ଭଳି ଦେଶର ରେଳ ନେଟୱାର୍କ ଭଳି ଟ୍ରାକ୍ ନିର୍ମାଣ କରିଛି। ଆଗକୁ ହଜାରେ ରେଳ ଷ୍ଟେସନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ।' ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ବିରୋଧୀକୁ କଡା ସମାଲୋଚନା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, 'ବିରୋଧୀ ନା କିଛି କରନ୍ତି, ନା କରାଇବାକୁ ଦିଅନ୍ତି। ସେମାନଙ୍କ କାମ ହେଲା କେବଳ ବିରୋଧ କରିବା। ଭଲ କାମରେ ବି ସେମାନେ ବିରୋଧ କରନ୍ତି। ନୂଆ ସଂସଦ ଭବନ ହେଲା, ତାକୁ ବିରୋଧ କଲେ। କର୍ତ୍ତବ୍ୟ ପଥର ପୁନର୍ବିକାଶକୁ ବିରୋଧୀ ବିରୋଧ କରିଥିଲେ। 70 ବର୍ଷ ଶାସନ କାଳ ମଧ୍ୟରେ ଶହୀଦମାନଙ୍କ ପାଇଁ ଯୁଦ୍ଧ ସ୍ମାରକ କରିପାରିଲେନି। ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଏପର୍ଯ୍ୟନ୍ତ କୌଣସି ଜଣେ ବିରୋଧୀ ଯାଇନାହାନ୍ତି। 

PM Modi Railway Stations Redevelopment Amrit Bharat Yojna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe