Advertisment

ଓଡ଼ିଶାକୁ ୩ଟି ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା ବିଞ୍ଝାଗିରିରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ, ଶହେ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

Jp nadda, PM Modi

Jp nadda, PM Modi

Advertisment

ଆଜି ଧନ୍ୱନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସିଂରେ ୧୨୮୫୦ କୋଟି ଟଙ୍କାର ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି।

Advertisment

ଏହା ଭିତରେ ରହିଛି ଓଡ଼ିଶାର ୩ଟି ପ୍ରକଳ୍ପ। ଖୋର୍ଦ୍ଧା ବିଞ୍ଝାଗିରିରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ, ଶହେ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଗୁରୁତର ଚିକିତ୍ସା ବିଭାଗ ସହ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦେଶରେ ଆୟୁଷ୍ମାନ ଯୋଜନା ଅଧିନରେ ୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ଲାଭ ଉଠାଇପାରିବେ। ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ପୂର୍ବ ଭାରତର ସର୍ବବୃହତ ଔଷଧ ପରୀକ୍ଷା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment
Odisha PM Modi Ayushman Vandan Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe