Advertisment

ରାମ ଲଲାଙ୍କୁ ଧରି ୫୦୦ ମିଟର ଚାଲି ଚାଲି ଯିବେ ମୋଦି, ଗର୍ଭଗୃହରେ କରିବେ ପ୍ରତିଷ୍ଠା

ଅସ୍ଥାୟୀ ମନ୍ଦିରରୁ ନୂଆ ମନ୍ଦିର ୫୦୦ ମିଟର ଦୂରରେ ରହିଛି। ଏହି ୫୦୦ ମିଟର ରାସ୍ତାକୁ ମୋଦି ଚାଲି ଚାଲି ଅତିକ୍ରମ କରିବେ। ଏହାପରେ ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ।

author-image
Hemant Lenka
Pm Modi

Pm Modi

ଅଯୋଧ୍ୟରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ। ସେହି ଦିନ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଐତିହାସିକ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

Advertisment

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ମୋଦି ପ୍ରୋଟକଲ ଭାଙ୍ଗିବେ। ଅସ୍ଥାୟୀ ମନ୍ଦିରରେ ଥିବା ରାମ ଲଲାଙ୍କ ବିଗ୍ରହକୁ ହାତରେ ଧରି ସେ ନୂଆ ମନ୍ଦିର ଯାଏ ଚାଲି ଚାଲି ଆସିବେ।

ଅସ୍ଥାୟୀ ମନ୍ଦିରରୁ ନୂଆ ମନ୍ଦିର ୫୦୦ ମିଟର ଦୂରରେ ରହିଛି। ଏହି ୫୦୦ ମିଟର ରାସ୍ତାକୁ ମୋଦି ଚାଲି ଚାଲି ଅତିକ୍ରମ କରିବେ। ଏହାପରେ ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ।

Advertisment

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିବେ। ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ।

ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ପୂଜାର କର୍ତ୍ତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଯଜ୍ଞରେ ବସିବେ। ପ୍ରାଣ ପ୍ରତିଷ୍ଠା ଅର୍ଥାତ ରାମ ଲଲାଙ୍କ ଆଖି ପ୍ରଥମଥର ପାଇଁ ଦିନ ୧୧.୩୦ରୁ ୧୨.୩୦ ମଧ୍ୟ ଖୋଲିବ।

PM Modi Ayodhya Ram Mandir