Advertisment

ଆମେରିକା ଯାଇ ଟ୍ରମ୍ପଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ

ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରି ଟ୍ରମ୍ପଙ୍କୁ ଭେଟିଥିଲେ। ଏବେ ୭ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୋଦି ଓ ଟ୍ରମ୍ପଙ୍କ ଭେଟଘାଟର ସମ୍ଭାବନା ସୃଷ୍ଟି ହୋଇଛି।

author-image
Hemant Lenka
PM Modi

PM Modi

ଆସନ୍ତା ମାସରେ ମିଳିତ ଜାତିସଂଘର ସାଧାରଣ ମହାସଭା ଆମେରିକାରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବାକୁ ଆମେରିକା ଯାଇ ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନରଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ବାଣିଜ୍ୟ ସମ୍ପର୍କକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଆମେରିକା କ୍ରମାଗତ ଭାବେ ଭାରତ ଉପରେ ଟାରିଫ ବୃଦ୍ଧି କରିବାରେ ଲାଗିଛି। ଏପରି ସ୍ଥିତିରେ ମୋଦି ଓ ଟ୍ରମ୍ପଙ୍କ ଭେଟଘାଟ ବେଶ ଗୁରୁତ୍ୱ ବହନ କରୁଛି।

Advertisment

ଟ୍ରମ୍ପଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ମଧ୍ୟ ରହିଛନ୍ତି। ସେପ୍ଟେମ୍ବର ମାସରେ ୟୁଏନଜିଏର ସମ୍ମିଳନୀ ନ୍ୟୁୟର୍କରେ ଅନୁଷ୍ଠିତ ହେବ। ଏନେଇ ସେପ୍ଟେମ୍ବର ୨୩ରୁ ବିଭିନ୍ନ ରାଷ୍ଟ୍ରର ନେତା ନ୍ୟୁୟର୍କ ଗସ୍ତରେ ଆସିବେ।

ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରି ଟ୍ରମ୍ପଙ୍କୁ ଭେଟିଥିଲେ। ଏବେ ୭ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୋଦି ଓ ଟ୍ରମ୍ପଙ୍କ ଭେଟଘାଟର ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ମୋଦିଙ୍କୁ ଭେଟିବାକୁ ଟ୍ରମ୍ପ ବି କରିଛନ୍ତି ଅପେକ୍ଷା

ବିଶେଷ ସୂତ୍ର ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି। ଏପରି କି ଜୁନ ମାସରେ ମୋଦି କାନାଡା ଗସ୍ତରେ ଥିବା ବେଳେ ଟ୍ରମ୍ପ ତାଙ୍କୁ ଆମେରିକାକୁ ନିମନ୍ତ୍ରଣ କରିଥିଲେ। ହେଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମୋଦି ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସେହିପରି ଜୁନ ମାସରେ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର ମଧ୍ୟ ଆମେରିକା ରହିଥିଲେ। ତାଙ୍କୁ ଭେଟିବା ପାଇଁ ଟ୍ରମ୍ପ ପ୍ରକ୍ରିୟା ଆରମ୍ଭ କରିଥିବାରୁ ମୋଦି ଆମେରିକା ଗସ୍ତକୁ ପ୍ରତ୍ୟାଖ୍ୟାନ କରିଥିବା ମଧ୍ୟ କୁହାଯାଉଛି।

PM Modi Donald Trump