ପ୍ରଧାନମନ୍ତ୍ରୀ ମୋଦି
ଉତ୍ତରପୂର୍ବର ପ୍ରଥମ ଏମର୍ଜେନ୍ସି ଲ୍ୟାଣ୍ଡିଂ ଫ୍ୟାସିଲିଟୀ ବା ଇଏଲଏଫରେ ପ୍ରଥମଥର ପାଇଁ ଅବତରଣ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ବିମାନ। ଆସାମର ମୋରାନରେ ଥିବା ଇଏଲଏଫରେ ମୋଦିଙ୍କ ବିମାନ ସୁରକ୍ଷିତ ଅବତରଣ କରିବା ଗୋଟିଏ ଐତିହାସିକ ଘଟଣା। ରାଜ୍ୟର ରଣନୀତି ଓ ଭିତ୍ତିଭୂମି ବିକାଶରେ ଏହା ନୂଆ ମାଇଲଖୁଣ୍ଟ ମଧ୍ୟ ସ୍ଥାପନ କରିଛି।
ଜରୁରୀ ସମୟରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ଗୁଡ଼ିକର ଅବତରଣ ଓ ଉଡ଼ାଣ ପାଇଁ ଏହାକୁ ଜାତୀୟ ରାଜପଥରେ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର C-130J aircraftରେ ଏଠାରେ ଅବତରଣ କରିଛନ୍ତି। ୪.୨ କିମି ଏହି ଷ୍ଟ୍ରେଚରେ ମୋଦି ପ୍ରଥମଥର ଅବତରଣ କରିବା ସହ ଏହାକୁ ଉଦଘାଟନ ମଧ୍ୟ କରିଛନ୍ତି।
ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଇଏଲଏଫକୁ ପ୍ରଧାନମନ୍ତ୍ରୀ ମୋଦି ଛାବୁଆ ଏୟାରଫିଲ୍ଡରୁ ଆସିଥିଲେ। ଏୟାରଫୋର୍ସର ସି-୧୩୦ଜେ ବିମାନରେ ବସି ମୋଦି ଛାବୁଆରୁ ଉଡ଼ାଣ ଭରିଥିଲେ। ଏହାପରେ ୧୦୦ କୋଟି ଟଙ୍କାରେ ନିର୍ମିତ ଇଏଲଏଫରେ ଅବତରଣ କରିଥିଲେ। ଉତ୍ତରପୂର୍ବରୁ ଏପରି ବ୍ୟବସ୍ଥା ପ୍ରଥମଥର ପାଇଁ ହୋଇଛି।
ଏହି ବ୍ୟବସ୍ଥା ପ୍ରତିରକ୍ଷା ବିଭାଗକୁ ଅଧିକ ସଶକ୍ତ କରିବା ସହ ଲଜିଷ୍ଟିକ ଓ ବିପର୍ଯ୍ୟୟ ପ୍ରଶମନ ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାକୁ ଉଭୟ ସାଧାରଣ ଓ ସାମାରିକ ବ୍ୟବହାର ପାଇଁ ଡିଜାଇନ କରାଯାଇଛି। ଜରୁରୀ ସମୟରେ ଏହା ଦିବ୍ରୁଗଡ଼ ଏୟାରପୋର୍ଟର ବିକଳ୍ପ ଭାବେ କାମ କରିବ।
ଇଏଲଏଫ ୪୦ ଟନ ଓଜନ ବିଶିଷ୍ଟ ଯୁଦ୍ଧ ବିମାନକୁ ହ୍ୟାଣ୍ଡେଲ କରିବାରେ ସକ୍ଷମ। ସେହିପରି ୭୪ ଟନ ଓଜନ ଯାଏ ପରିବହନ କ୍ଷମତା ରଖିଥିବା ବିମାନ ମଧ୍ୟ ଏଠାରୁ ଉଡ଼ାଣ ଭରିପାରିବ।
ଆସାମରେ ଏୟାରଫୋର୍ସର ମେଗା ଶୋ’
ଇଏଲଏଫରେ ଐତିହାସିକ ଅବତରଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନା ୪୦ ମିନିଟ ଧରି ପ୍ରଦର୍ଶନ କରିଥିବା ମେଗା ଏୟାର ଶୋ’କୁ ମଧ୍ୟ ଦେଖିଥିଲେ। ଏୟାର ଶୋ’ରେ ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ପରିବହନ ବିମାନ ଓ ହେଲିକପ୍ଟର ନିଜର ରଣକୌଶଳ ଦେଖାଇଥିଲେ। ଭାରତୀୟ ବାୟୁସେନାର ପ୍ରସ୍ତୁତି ଓ କ୍ଷମତା ରଖିଥିବା ଜାତୀୟ ରାଜପଥର ଡବଲ ବ୍ୟବହାର କ୍ଷମତାକୁ ପ୍ରଦର୍ଶନ ପାଇଁ ଏପରି ଏୟାର ଶୋ’ କରାଯାଇଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ସୁଖୋଇ ଏସ୍ୟୁ-୩୦ଏମକେଆଇ ଓ ରାଫେଲ ଭଳି ଏକାଧିକ ଯୁଦ୍ଧ ବିମାନ ଏମର୍ଜେନ୍ସି ଲ୍ୟାଣ୍ଡିଂ ଫ୍ୟାସିଲିଟୀରୁ ଉଡ଼ାଣ ଭରିଥିଲେ। ଭାରତୀୟ ବାୟୁ ସେନାର ୱାର୍କ ହର୍ସ ଏନ-୩୨ ମଧ୍ୟ ନିଜ ଯାଦୁ ଦେଖାଇଛି। ଏହା ଉଭୟ ପଣ୍ୟ ବାହୀ ଓ ଯାତ୍ରୀ ପରିବହନ କରିବାକୁ ସକ୍ଷମ।
ଆଡଭାନ୍ସ ଲାଇଟ ହେଲିକପ୍ଟର(ଏଏଲଏଚ୍) ମଧ୍ୟ ଏୟାର ଶୋ ବେଳେ ସ୍ୱତନ୍ତ୍ର ହେଲି ବର୍ଣ୍ଣ ଅପରେସନ ଓ ହ୍ୟୁମାନିଟାରିଆନ ଆସିସଷ୍ଟାନ୍ସ ଓ ଡିଜାଷ୍ଟର ରିଲିଫ (ଏଚଏଡିଆର) ରଣକୌଶଳ ପ୍ରଦର୍ଶନ କରିଛି। ଏହି ହେଲିକପ୍ଟର ସର୍ଭେଲାନ୍ତ, ସଚ୍ଚ, ଉଦ୍ଧାର, ମେଡିକାଲ ଜନିତ ଉଦ୍ଧାର ଓ ଉପାନ୍ତ ଅଞ୍ଚଳରେ ଖାଦ୍ୟ ପହଞ୍ଚାଇଥାଏ।
ଏୟାର ଶୋ’ ପରେ ପ୍ରଧାନମନ୍ତ୍ରୀ ମୋଦି ଗୁହାଟୀକୁ ଉକ୍ତ ଇଏଲଏଲଫରୁ ପୁଣି ଉଡ଼ାଣ ଭରିଥିଲେ। ସେଠାରେ ସେ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିବେ। ସେହିପରି ଭାସ୍କର ବର୍ମା ସେତୁର ମଧ୍ୟ ଉଦଘାଟନ ହେବ। ୩ ହଜାର କୋଟି ଟଙ୍କାରେ ଏହି ୬ ଲେନ୍ ବିଶିଷ୍ଟ ସେତୁକୁ ନିର୍ମାଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/14/pm-modi-2026-02-14-13-14-30.jpg)