Advertisment

ସର୍ଦ୍ଦାର ପଟେଲ ଜୟନ୍ତୀରେ ଲଞ୍ଚ ହେବ 'ମେରା ଯୁବା ଭାରତ'

ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଛନ୍ତି।

PM Modi

PM Modi

Advertisment

ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦେଶବ୍ୟାପୀ ଏକ ବଡ଼ ସଂଗଠନ ଲଞ୍ଚ ହେବାକୁ ଯାଉଛି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ମେରା ଯୁବା ଭାରତ ଲଞ୍ଚ ହେବ। ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଛନ୍ତି।

Advertisment

ମୋଦି କହିଛନ୍ତି, 'ମେରା ଯୁବା ଭାରତ ତଥା ମେରା ଭାରତ' ସଙ୍ଗଠନ ବିକଶିତ ଭାରତ ପାଇଁ ଯୁବପିଢ଼ିଙ୍କୁ ଏକଜୁଟ୍‌ କରିବାକୁ ପ୍ରୟାସ କରିବ। କେବଳ ସେତିକି ନୁହଁ ସେ ଯୁବପିଢ଼ିଙ୍କୁ MYBHARAT,GOV.INରେ ଯୋଡି ହେବାକୁ ଆହ୍ୱାନ ଦେଇଛନ୍ତି। ଏହା ରାଷ୍ଟ୍ରନିର୍ମାଣ ସହ ଜଡିତ ବିଭିନ୍ନ ଯୋଜନାରେ ଦେଶ ଯୁବପିଢ଼ିଙ୍କୁ ସୁଯୋଗ ପ୍ରଦାନ କରିବ। ଏହାଦ୍ୱାରା ଯୁବପିଢ଼ିମାନଙ୍କ ବିକାଶ ହୋଇପାରିବ। ଯୁବପିଢ଼ିଙ୍କ କ୍ଷମତା ଓ ଶକ୍ତି ଦ୍ୱାରା ଦେଶକୁ ଆଗକୁ ନେବା ପାଇଁ ସହାୟତା ମିଳିବ। ଏଥିସହ ଏହା ସାରା ବିଶ୍ୱରେ ଆମର ବୌଦ୍ଧିକ ଯୋଗ୍ୟତାକୁ ମଧ୍ୟ ପ୍ରଦର୍ଶିତ କରାଇବ।

ସେ ଆହୁରି କହିଛନ୍ତି, ଅକ୍ଟୋବର ୩୧ ହେଉଛି ସର୍ଦ୍ଦାର ପଟେଲ ସାହେବଙ୍କ ଜନ୍ମବାର୍ଷିକୀ। ଦେଶ ଏହାକୁ ‘ଏକତା ଦିବସ’ ଭାବେ ପାଳନ କରେ। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି। ଆପଣମାନେ ମଧ୍ୟ ଅକ୍ଟୋବର ୩୧ରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରନ୍ତୁ।

Advertisment

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି କି ନଭେମ୍ବର ୧୫ ତାରିଖରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସର ଆୟୋଜନ କରାଯିବ । ଏହିଦିନ ବିର୍ଷା ମୁଣ୍ଡାଙ୍କ ଜନ୍ମଜୟନ୍ତୀ।

ସମଗ୍ର ଦେଶରେ ମହୋତ୍ସବ ଲାଗିଥିବା ବେଁଳେ ‘ମନ୍‌ କୀ ବାତ୍‌’ର ଏହି ସଂସ୍କରଣରେ ଆଗାମୀ ପର୍ବପର୍ବାଣି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଉପରେ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ଲୋକାଲ ଜିନିଷ କିଣିବାକୁ ଅନୁରୋଧ କରିଛନ୍ତି।

Mann Ki Baat PM Modi Mera Yuva Bharat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe