Advertisment

Bangladesh Election: ତାରିକ ରହମନଙ୍କ ଶପଥ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ବାଂଲାଦେଶ!

ବିଏନପି ଦୁଇ ତୃତୀୟାଂଶ ଆସନ ଜିତି ସରକାର ଗଠନ କରିବାକୁ ଯାଉଥିବା ବେଳେ ଦଳର ମୁଖିଆ ତାରିକ ରହମନ ପ୍ରଧାନମନ୍ତ୍ରୀ ହେବେ। ଦୀର୍ଘ ୨୦ ବର୍ଷ ପରେ ବିଏନପି ବାଂଲାଦେଶରେ ସରକାର ଗଠନ କରିବ।

tariq

ମୋଦି ଓ ତାରିକ

Advertisment

ବାଂଲାଦେଶ ସାଧାରଣ ନିର୍ବାଚନ(Bangladesh Election)ରେ ବଡ଼ ବିଜୟ ପାଇଛି ବିଏନପି। ଦଳ ଏକାକୀ ୨୯୯ ଆସନରୁ ୨୦୯ଟି ଆସନ ଜିତି ଇତିହାସ ରଚିଛି। ସେହିପରି ସହଯୋଗୀ ଦଳ ମଧ୍ୟ ଆଉ ୩ ଆସନ ଜିତିଛନ୍ତି।

Advertisment

ବିଏନପି ଦୁଇ ତୃତୀୟାଂଶ ଆସନ ଜିତି ସରକାର ଗଠନ କରିବାକୁ ଯାଉଥିବା ବେଳେ ଦଳର ମୁଖିଆ ତାରିକ ରହମନ ପ୍ରଧାନମନ୍ତ୍ରୀ ହେବେ। ଦୀର୍ଘ ୨୦ ବର୍ଷ ପରେ ବିଏନପି ବାଂଲାଦେଶରେ ସରକାର ଗଠନ କରିବ। ସେହିପରି ତାରିକ ରହମନ ୧୭ ବର୍ଷର ନିର୍ବାସନ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବେ।

ଖୁବଶୀଘ୍ର ଢାକାରେ ତାଙ୍କର ଶପଥ ସମାରୋହ ଆୟୋଜନ କରାଯିବ। ଏହି ଶପଥ ପାଠ ଉତ୍ସବର ତାରିଖ ଓ ସମୟ ସ୍ଥିର ହୋଇ ନଥିବା ବେଳେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ଓ ବିଏନପି ପକ୍ଷରୁ ତାରିକ ରହମନଙ୍କ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରାଯାଇ ପାରେ।

Advertisment

ତାରିକଙ୍କ ଶପଥ ପାଠ ଉତ୍ସବ ସହ ଜଡ଼ିତ ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଶପଥ ସମାରୋହ ଉତ୍ସବକୁ ପଡ଼ୋଶୀ ଦେଶର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ବି ରହିଛି। ପ୍ରଧାନମନ୍ତ୍ରୀ ମୋଦି ଶପଥ ପାଠ ଉତ୍ସବରେ ସାମିଲ ହେବାର ସମ୍ଭାବନା ଥିବା ଏହି ସୂତ୍ରରେ କୁହାଯାଇଛି। 

ବାଂଲାଦେଶରେ ତାରିକ ରହମନଙ୍କୁ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ତାଙ୍କ ସହ କଥା ହୋଇଥିବା ଏକ୍ସ ଜରିଆରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏକ୍ସରେ ମୋଦି ଲେଖିଥିଲେ ଯେ “ତାରିକ ରହମନଙ୍କ ସହ କଥା ହୋଇ ବେଶ ଉତ୍ସାହିତ। ବାଂଲାଦେଶ ନିର୍ବାଚନରେ ତାଙ୍କର ସ୍ମରଣୀୟ ବିଜୟ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଛି।

ମୁଁ ବାଂଲାଦେଶର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ତାଙ୍କ ପ୍ରୟାସକୁ ଶୁଭକାମନା ଜଣାଇଛି ଓ ସମର୍ଥନ ବ୍ୟକ୍ତ କରିଛି। ଦୁଇ ଘନିଷ୍ଠ ପଡ଼ୋଶୀ ଦେଶ ଭାବେ ଆମ ଭିତରେ ଥିବା ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି।

ମୁଁ ଦୁଇ ଦେଶର ଲୋକଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତା ସମ୍ପନର୍କରେ ତାଙ୍କୁ ଜଣାଇଛି।” ଏହି ପୋଷ୍ଟକୁ ମୋଦି ଏକ୍ସରେ ତାରିକଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି। 

Bangladesh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe